ବିଜେଡି ଗଡ଼କୁ ଧସେଇ ପସିବା ପାଇଁ କଂଗ୍ରେସର ରଣନୀତି । ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର ଦେବାକୁ ପୁଣି ଥରେ ଯୁଧିଷ୍ଠିରଙ୍କୁ ବାଛିଲା ଦଳ

ସେପଟେ ଉଭୟ ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ଆଶ୍ରିତ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି

292

କନକ ବ୍ୟୁରୋ: ପିପିିଲି ବିଧାନସଭା ଆସନ ପାଇଁ ବିଜେଡି ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ଯୁଧିଷ୍ଠର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛନ୍ତି । ସେହିପରି ବିଜେପିରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ପିପିଲିରେ ଦେଖିବାକୁ ମଳିଛି ଜୋରଦାର ଟକ୍କର । ଯୁଧିଷ୍ଠର ସାମନ୍ତରାୟ ନିର୍ବାଚନୀ ମୈଦାନକୁ ଓହ୍ଳାଇ ଆରମ୍ଭ କରିଦେଇଛନ୍ତି ପ୍ରଚାର । ପିପିଲିରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ । ବିଜେଡି ହେଭିୱେଟ ପ୍ରଦୀପ ମହାରଥୀଙ୍କୁ ଟକ୍କର ଦେବା ପାଇଁ ଯୁଧିଷ୍ଠର ସାମନ୍ତରାୟଙ୍କୁ ମୈଦାନକୁ ଓହ୍ଳାଇଲା କଂଗ୍ରେସ । ସେପଟେ ଟିକେଟ ପାଇବା ପରେ ପ୍ରଦୀପ ମହାରଥୀ ନିର୍ବାଚନୀ ମୈଦାନକୁ ଓହ୍ଳାଇଛନ୍ତି । ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ମହାରଥୀ । ବିପୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରୁଛନ୍ତି ।

pradip maharathi

ତେବେ ତିନି ଦଳର ପ୍ରାର୍ଥୀଙ୍କ ନାଁ ସାମନାକୁ ଆସିବା ପରେ ପିପିଲି ଲଢେଇ ଜୋରଦାର ହେବ ବୋଲି ଏବେ ଚିତ୍ର ସ୍ପଷ୍ଟ ହୋଇଛି । କାରଣ ଲଗାତାର ୬ଥର ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ଚଳିତ ନିର୍ବାଚନ କିଛି ନୂଆ ମୋଡ଼ ନେଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଲଗାତାର ନିର୍ବାଚନ ହାରୁଥିବା କଂଗ୍ରେସ ଏଥର ବି ରିକ୍ସ ନେଇ ପୁଣି ଥରେ ଯୁଧିଷ୍ଠୀର ସାମନ୍ତରାୟଙ୍କୁ ମୈଦାନକୁ ଓହ୍ଲାଇଛି । ସେହିପରି ବିଜେପି ପିପିଲି ପାଇଁ ନୂଆ ମୁହଁ ତଥା ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

ଗତ ୩୫ ବର୍ଷର ପିପିଲି ବିଧାନସଭା ଇତିହାସକୁ ତର୍ଜମା କଲେ ଏଠାରେ ଭୋଟର କଂଗ୍ରେସକୁ ୬ ଥର ପ୍ରତ୍ୟାଖାନ କରିଛନ୍ତି। ୧୯୯୫ରେ ମାତ୍ର ୫ ବର୍ଷ ପାଇଁ କଂଗ୍ରେସ ଏହି ଆସନ ଦଖଲ କରିଥିଲା । ବହୁ ବାଦ ବିବାଦ ସତ୍ତ୍ବେ ଭୋଟର ମହାରଥୀକୁ ଲଗାତର ବିଜୟ ମୁକୁଟ ପିନ୍ଧାଇ ଆସୁଛନ୍ତି । ମହାରଥୀ ୧୦ ବର୍ଷ ଜନତା ଦଳରୁ ଓ ୨୦ବର୍ଷ ଅର୍ଥାତ ୨୦୦ରୁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି । ୨୦୧୨ରେ ପିପିଲି ଗଣଦୁଷ୍କର୍ମ ଘଟଣାକୁ ନେଇ ମହାରଥୀ ଅଡୁଆରେ ପଡିଥିଲେ । ମନ୍ତ୍ରୀ ପଦ ଯାଇଥିଲା । ପୁନର୍ବାର ୨୦୧୪ରେ ସେ ବିଜୟୀ ହୋଇଥିଲେ। ୨୦୧୮ରେ ସମାନ ପ୍ରସଙ୍ଗକୁ ନେଇ ଅଡୁଆରେ ମହାରଥୀ । ଏହି ମାମଲା ରାୟ ପ୍ରକାଶ ପରେ ତାଙ୍କ ମନ୍ତବ୍ୟ ପୁଣି ଥରେ ମନ୍ତ୍ରୀ ପଦ ଖାଇଛି । ତେବେ ଏଥରକ ବି ବିଜେଡି ସୁପ୍ରିମୋ ମହାରଥୀଙ୍କୁଭରସିଛନ୍ତି ।

ସେପଟେ କଂଗ୍ରେସ ପିପିଲରେ କଂଗ୍ରେସ ବିଜେଡିର ପ୍ରମୂଖ ପ୍ରତିଦ୍ୱନ୍ଦୀ ରହିଥଲେ ସୁଦ୍ଧା ଯୁଧିଷ୍ଠୀର ସାମନ୍ତରାୟଙ୍କୁ ଟିକେଟ୍ ଦେଇଛି । କାରଣ ପ୍ରଦୀପ ମହାରଥୀଙ୍କୁ କଡ଼ା ଟକ୍କର କେବଳ କଂଗ୍ରେସର ପିପିଲି ନେତା ଯୁଧିଷ୍ଠିର ସାମନ୍ତରାୟ ଦେଇପାରିବେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ଟିକେଟ ଦେଇ ସବୂୁ କଳ୍ପନା ଜଳ୍ପନା ଉପରେ ପୁର୍ଣ୍ଣଚ୍ଛେଦ ଟାଣିଛି କଂଗ୍ରେସ ।

 

ଅନ୍ୟପଟେ ବିଜେଡି ଗଡ଼କୁ ଧସେଇ ପସିବା ପାଇଁ ବିଜେପି କ୍ୟାମ୍ପରେ ରଣନୀତି ପ୍ରସ୍ତୁତ କରିଛି ପିପିଲି ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କୁ ଉଭୟ ବିଜେଡି ଓ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇଛି। ଆଶ୍ରିତ ପଟ୍ଟନାୟକ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥିତ ପିପିଲି ଚେୟାମ୍ୟାନ୍ ଥିବା ସହ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପିପିଲି କଂଗ୍ରେସର ଜିଲ୍ଲାପରିଷଦ ପ୍ରାର୍ଥୀ ଥିଲେ । କିନ୍ତୁ ଗତ ଜିଲ୍ଲାପରିଷଦ ନିର୍ବାଚନରେ ଆଶ୍ରିତଙ୍କୁ ଟିକେଟ୍ ମିଳିଲାନି । ତେଣୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ଏବଂ କଂଗ୍ରେସ ଦୁଇଫାଳ ହୋଇଥିଲା । ଯାହାଫଳରେ ଯୁଧିଷ୍ଠିର ପରାଜୟ ହୋଇଥିଲେ । ତେବେ ଗତଥର ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ ୧୮ ହଜାର ଭୋଟ ପାଇଥିବାରୁ ତାଙ୍କୁ ବିଜେପି ଟିକେଟ ଦେଇଛି । ଏବେ ଆଶ୍ରିତ ପିପିଲି ବିଜେପି ମଙ୍ଗ ଧରିଛନ୍ତି ।

ତେବେ ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ପିପିଲି ଲଢେଇ ଜୋରଦାର ହେବ ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି ।