୪୦ ବର୍ଷ ପର୍ଯ୍ୟନ୍ତ ଘରୁ ଗାୟବ ଥିଲେ ବ୍ୟକ୍ତି ! ୟୁଟ୍ୟବ୍ ସାହାଯ୍ୟରେ ଏବେ ପରିବାରକୁ ଭେଟିଲେ

41

ଆଜିକାଲି ସୋସିଆଲ ମିଡ଼ିଆ ଲୋକଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି । ଅନେକଙ୍କ ମତରେ ସୋସିଆଲ ମିଡ଼ିଆରେ କେବଳ ଗୁଜବ ଖବର ପ୍ରଘଟ ହୁଏ । ଆପଣଙ୍କ ମନରେ ମଧ୍ୟ ଏପରି ଚିନ୍ତାଧାରା ନିଶ୍ଚୟ ବସା ବାନ୍ଧିଥିବ । ସୋସିଆଲ ମିଡ଼ିଆର ଏତେ ପ୍ରସାର ସତ୍ୱେ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଅଛି ଯେ, ସୋସିଆଲ ମିଡ଼ିଆ ପାଇଁ ହିଁ ପ୍ରତିକୂଳ ପରିସ୍ଥିତି ଉପୁଜୁଛି । କିନ୍ତୁ କେବେ ଚିନ୍ତା କରିଛନ୍ତି କି ସୋସିଆଲ ମିଡ଼ିଆ ଯୋଗୁଁ ଅନେକ ଭଲ ଖବର ମଧ୍ୟ ଆସୁଛି । ହଜିଲା ଲୋକଙ୍କୁ ପାଇପାରୁଛନ୍ତି ଲୋକେ, କେବଳ ସୋସିଆଲ ମିଡ଼ିଆ ଯୋଗୁଁ । ଏପରି କିଛି ହୋଇଛି ମଣିପୁରର ଜଣେ ନିଖୋଜ ବ୍ୟକ୍ତିଙ୍କ ସହ ।

ନିଖୋଜ ହେବାର ପ୍ରାୟ ୪୦ ବର୍ଷ ପରେ ମଣିପୁରର ଜଣେ ବ୍ୟକ୍ତି ନିଜ ପରିବାରକୁ ଭେଟିଛନ୍ତି । ଆଉ ଏହାର ସମସ୍ତ ଶ୍ରେୟ ଯାଉଛି ୟୁଟ୍ୟୁବକୁ । ହିନ୍ଦି ଗୀତ ପ୍ରତି ଥିବା ତାଙ୍କର ଅହେତୁକ ଆକର୍ଷଣ ଯୋଗୁଁ ଏପରି ସମ୍ଭବ ହୋଇପାରିଛି । ନିଜେ ଗୀତ ଗାଇ ୟୁଟ୍ୟୁବରେ ଅପଲୋଡ଼୍ କରିବା ପରେ ପରିବାର ଲୋକଙ୍କ ସହ ତାଙ୍କର ଭେଟ ହୋଇପାରିଛି ।

୬୬ ବର୍ଷିୟ ଖୋମଦାନ ସିଂ ୧୯୭୮ରେ ନିଜ ଘରୁ କୁଆଡ଼େ ଚାଲିଯାଇଥିଲେ । ଆଉ ସେତେବେଳେ ତାଙ୍କର ବୟସ ହୋଇଥିଲା ମାତ୍ର ୨୬ ବର୍ଷ । ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ ପରିବାର ଲୋକ । ତେବେ ସବୁଠାରୁ ବଡ଼ କଥା ହେଲା ଏବେ ୟୁଟ୍ୟୁବ ସାହାଯ୍ୟରେ ପରବାର ଲୋକଙ୍କ ସହ ତାଙ୍କର ଭେଟ ହୋଇଛି । ସୂଚନା ଅନୁସାରେ ଖୋମଦାନ ସିଂଙ୍କର ଏକ ଭିଡ଼ିଓ ଅପଲୋଡ଼୍ ହୋଇଥିଲା । ଉକ୍ତ ଭିଡ଼ିଓରେରେ ଖୋମଦାନ ଗୀତ ଗାଇବା ସହ ଶେଷର ତାଙ୍କ ନାମ ଓ ଘରର ଠିକଣା ଦେଇଥିଲେ । ପରିବାର ଲୋକ ଏକଥା ଜାଣିବା ପରେ ପୋଲିସ ସହ ସମ୍ପର୍କ କରିଥିଲେ । ଆଉ ଏତେ ଦିନ ପରେ ଖୋମଦାନ ସିଂ ପରିବାର ଲୋକଙ୍କ ସହ ଭେଟିପାରିଛନ୍ତି ।