ଆଉ ଚିନ୍ତା କରନ୍ତୁନି : ଏବେ ଇଂଟରନେଟ୍ ସ୍ଲୋ ଥିଲେ ବି ଭିଡିଓ ଦେଖିବା ସହ ଡାଉନଲୋଡ୍ ମଧ୍ୟ କରିପାରିବେ!

57

ବିଶେଷ –
– ଗୁଗଲ ଜାରି କରିଥିବା ଏହି ଭିଡିଓ ଆପ୍ ୟୁ-ଟ୍ୟୁବ୍ ଗୋ
– ଏହା ୟୁ-ଟ୍ୟୁବ ଭଳି କାମ କରିବ
– ଏଥିରେ ଭିଡିଓ ଡାଉନଲୋଡ୍ ସହ ଅନ୍ୟକୁ ଶେୟାର ମଧ୍ୟ କରିପାରିବେ
– ଡାଟା କମ୍ ଥିଲେ ବି ଭିଡିଓ ଭଲରେ ଦେଖିହେବ

ଗୁଗଲ ଚଳିତ ବର୍ଷର ଏପ୍ରିଲ ମାସରେ ୟୁ-ଟ୍ୟୁବ୍ ଗୋ ନାମକ ଏକ ଆପ୍ ଭାରତରେ ବିଟା ଭର୍ସନ ଜାରି କରିଥିଲା । ଏହା ମଧ୍ୟ ଭିଡିଓ ପାଇଁ ଏକ ପ୍ରମୁଖ ଭାବେ ପ୍ରସ୍ତୁତ କରାଯାଇଥିବା ଆପ୍ ଅଟେ । ଏହା ୟୁ-ଟ୍ୟୁବ୍ ଭଳି ମଧ୍ୟ । କିନ୍ତୁ ଏହି ଆପ୍ ର ଖାସ୍ କଥା ହେଲା ଇଂଟରନେଟ୍ ଆକ୍ସେସ୍ ନକରି ବା ଇଂଟରନେଟ୍ ଡାଟା ସ୍ଲୋ ଥିଲେ ମଧ୍ୟ ଏହା ସ୍ପିଡ୍ ଭଳି କାମ କରୁଛି । ଏହି ଆପ୍ କୁ ବିକାଶଶୀଳ ଦେଶଗୁଡିକ ବା ସେହି ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଛି , ଯାହାଙ୍କ ପାଖରେ ଇଂଟରନେଟ୍ ଆକ୍ସେସ୍ ଲିମିଟେଡ୍ ରହିଥାଏ ।

ୟୁ-ଟ୍ୟୁବ୍ ଗୋ ମୂଳତଃ ୟୁ-ଟ୍ୟୁବର ଡାଉନ୍ ଭର୍ସନ ଅଟେ । ଏହା ଦ୍ୱାରା ୟୁଜସର ସ୍ଲୋ ଇଂଟରନେଟ୍ ରେ ମଧ୍ୟ ଭିଡିଓ ଦେଖିପାରିବେ । ଶେୟାର କରିବା ସହ ଭିଡିଓ ଡାଉନ୍ ଲୋଡ୍ କରିପାରିବେ । ଏବେ ସୁଦ୍ଧା ୟୁ-ଟ୍ୟୁବ୍ ଗୋ ଆପ୍ ର ବିଟା ଭର୍ସନ ଖାଲି ଭାରତରେ ଉପଲବ୍ଧ ଥିଲା । କିଛି ରିପୋର୍ଟ ଅନୁସାରେ ଆଜିର ୟୁ-ଟ୍ୟୁବ୍ ଗୋ କୁ ବିଟା ରୁ ବାହାର କରି ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆପ୍ କୁ ସମସ୍ତଙ୍କ ପାଖରେ ପହଁଚାଇବାକୁ ସମୟ ନିଶ୍ଚୟ ଲାଗିପାରେ । ଅର୍ଥାତ୍ ଯଦି ଆପଣଙ୍କ ପାଖରେ ଏହି ଆପ୍ ନପହଁଚିଛି ଆପଣଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ । ଯଦି ଆପଣ ଆଣ୍ଡ୍ରଏଡ୍ ୟୁଜର ଅଟନ୍ତି ତ ଏହାକୁ ଆପଣ ଗୁଗଲ ପ୍ଲେ ରେ ଦେଖିପାରିବେ । ଯେତେବେଳେ ଆମେ ଯାଂଚ କରିଥିଲୁ ଏହାର ଷ୍ଟେବଲ ବିଲ୍ଡ ଭର୍ସନ ନଜର ଆସିନଥିଲା । ଅର୍ଥାତ୍ ଷ୍ଟେବଲ୍ ବିଲ୍ଡର ରୋଲଆଉଟ୍ ଏବେ ବାକି ଅଛି । ତଥାପି ୟୁଜସମାନେ ଏବେ ଚାହିଁଲେ ଆଣ୍ଡ୍ରଏଡ୍ ରେ ୟୁ-ଟ୍ୟୁବ୍ ଗୋ ର ଅନରିଲିଜ୍ଡ ଭର୍ସନକୁ ଡାଉନଲୋଡ୍ କରିପାରିବେ ।

ଏହିପରି ଆଇଓଏସ୍ ରେ ଚେକ୍ କରିବାରେ ଏହି ଆପ୍ ନଜର ଆସିନାହିଁ । ଏହାକୁ ନେଇ କୌଣସି ଅଧିକାରୀ ଏହା ଆଇଓଏସରେ ଆସିବାର ମଧ୍ୟ ସୂଚନା ଦେଇନାହାଁନ୍ତି । ୟୁ-ଟ୍ୟୁବ୍ ଗୋ ଜରିଆରେ ୟୁ-ଟ୍ୟୁବ୍ ରୁ ଭିଡିଓ ଡାଉନଲୋଡ୍ କରିପାରିବେ । ଏବଂ ସେଭ୍ ମଧ୍ୟ କରିପାରିବେ । ଖାଲି ଏତିକି ନୁହେଁ ୟୁଜରମାନେ ଅଫଲାଇନ୍ ଭିଡିଓକୁ ବ୍ଲୁଟୁଥ୍ ବା ୱାଇ-ଫାଇ ଡାଇରେକ୍ଟ ଜରିଆରେ ନିଜର ବନ୍ଧୁଙ୍କୁ ଶେୟାର ମଧ୍ୟ କରିପାରିବେ । ଏଥିରେ ୟୁଜର ଭିଡିଓ କୁ ଡାଉନଲୋଡ କରିବା ପୂର୍ବରୁ ଏହାର ଏମବି ମଧ୍ୟ ଚେକ୍ କରିପାରିବେ ।

( ସୌଜନ୍ୟ-ଆଜତକ୍)