ୟୁଟ୍ୟୁବରେ ଭିଡ଼ିଓ ଦେଖନ୍ତି କି ? ତେବେ ଜାଣି ନିଅନ୍ତୁ ୧୦ଟି ବିଶେଷ କୌଶଳ

3,995

ଆଜିକାଲି ପ୍ରାୟ ସମସ୍ତେ ୟୁଟ୍ୟୁବ୍ ବ୍ୟବହାର କରୁଛନ୍ତି । ଆପଣଙ୍କ ମଧ୍ୟରୁ ଅନେକ ଲୋକ ଦିନକୁ ଯେମିତି ହେଲେ ଥରେ ୟୁଟ୍ୟୁବରେ ଭିଡ଼ିଓ ଦେଖୁଥିବେ । କିନ୍ତୁ ଆପଣ ୟୁଟ୍ୟୁବ୍ ଭିଡ଼ିଓ ଦେଖିବା ସମୟରେ ସର୍ଟକର୍ଟ କି’ର ବ୍ୟବହାର କରୁଛନ୍ତିି କି ? ତେବେ ଆସନ୍ତୁ ଜାଣିବା ୧୦ଟି ସର୍ଟକର୍ଟ କି , ଯାହା ଜାଣିବା ପରେ ଆପଣଙ୍କୁ ମାଉସ୍ ବ୍ୟବହାର କରିବା ପାଇଁ ପଡ଼ିବ ନାହିଁ ।

ଜେ – ଏହି କି ସାହାଯ୍ୟରେ ଆପଣ ଭିଡ଼ିଓକୁ ୧୦ ସେକେଣ୍ଡ ପଛକୁ କରିପାରିବେ ।

ଏଲ୍ – ଏହି କି ସାହାଯ୍ୟରେ ଆପଣ ଭିଡ଼ିଓକୁ ୧୦ ସେକେଣ୍ଡ ଆଗକୁ କରିପାରିବେ ।

କେ – କେ ବଟନ ମାଧ୍ୟମରେ ଭିଡ଼ିଓକୁ ବନ୍ଦ କରପାରିବେ କିମ୍ବା ଚାଲୁ କରିପାରିବେ । ଏହି କାମ ଆପଣ କିବୋର୍ଡ଼ରେ ଥିବା ସ୍ପେସବାରରେ ମଧ୍ୟ କରିପାରିବେ ।

୧ରୁ ୯ – ୧ରୁ ୯ ପର୍ଯ୍ୟନ୍ତ ବଟନ ଦବାଇ ଆପଣ ଭିଡ଼ିଓ କୁ ଆଗକୁ ବଢ଼ାଇ ପାରିବେ । ଯେପରି ୫ ଦବାଇଲେ ୫୦ ପ୍ରତିଶତ ଆଗକୁ, ୧ ଦବାଇଲେ ୧୦ ପ୍ରତିଶତ ଆଉ ୯ ଦବାଇଲେ ୯୦ ପ୍ରତିଶତ ଆଗକୁ ବଢ଼ିବ ଭିଡ଼ିଓ ।

୦ – ଏହି ବଟନ ମାଧ୍ୟମରେ ଆପଣ ଭିଡ଼ିଓର ପ୍ରାରମ୍ଭିକ ସମୟରେ ପହଞ୍ଚିପାରିବେ ।

ଅପ-ଡାଉନ କି – ଭିଡଓ ଦେଖିବା ସମୟରେ ଭଲ୍ୟୁମ ବଢ଼ାଇବା ପାଇଁ ଅପ୍ କି ଓ ଭଲ୍ୟମୁ କମ୍ କରିବା ପାଇଁ ଡାଉନ୍ କି ବ୍ୟବହାର କରିପାରିବେ ।

ଏଫ୍ – ଭିଡ଼ିଓକୁ ଫୁଲ ସ୍କ୍ରିନରେ ଦେଖିବା ପାଇଁ ଆପଣ ଏଫ୍ ବଟନକୁ ବ୍ୟବହାର କରିପାରିବେ ।

ଇଏସସି – ଫୁଲ ସ୍କ୍ରିନ ଭିଡ଼ିଓ ଦେଖିବା ସମୟରେ ପୁଣି ପୂର୍ବବସ୍ଥାକୁ ଆଣିବା ପାଇଁ ଏହି ବଟନକୁ ବ୍ୟବହାର କରିବା ପାଇଁ ପଡ଼ିବ ।

ସିପ୍ଟ+ଏନ୍ – ଭିଡ଼ିଓ ଦେଖିବା ସମୟରେ ଆଗ ଭିଡ଼ିଓକୁ ଯିବା ପାଇଁ ଆପଣ ସିପ୍ଟ+ଏନ୍ ଏକାବେଳେ ଦବାନ୍ତୁ ।

ସିପ୍ଟ+ପି – ସେହିପରି ପୂର୍ବ ଭିଡ଼ିଓକୁ ଦେଖିବା ପାଇଁ ସିପ୍ଟ+ପି ବଟନ ଏକାବେଳ ଦବାନ୍ତୁ ।