ପୁଲିସ ଖାକିରେ ଦାଗ ! ଛାତ୍ରୀଙ୍କ ଫଟୋ ଉତ୍ତୋଳନ କରି ନିସ୍ତୁକ ମାଡ଼ ଖାଇଲେ ପୁଲିସ ବାବୁ

19

କନକ ବ୍ୟୁରୋ: ପୁଲିସ ଖାକିରେ ଦାଗ । ନିସ୍ତୁକ ମାଡ଼ ଖାଇଲେ ପୁଲିସ ବାବୁ । ପୁଲିସବାବୁଙ୍କ ଭାରି ପଡିଲା ରାସ୍ତାରେ ଯାଉଥିବା ଜଣେ ଛାତ୍ରୀଙ୍କ ଫଟୋ ଉତ୍ତୋଳନ । ଗନ୍ଦେରାୱାଲ ଜିଲ୍ଲାର ମନିଗ୍ରାମରେ ନିୟୋଜିତ ଥିବା ଏହି ପୁଲିସବାବୁ ବେଶ କିଛି ଦିନ ଧରି ଛାତ୍ରୀଙ୍କ ଫଟୋ ଉଠାଉଥିବା ଅଭିଯୋଗ ହୋଇଛି ।

ଆଜି ମଧ୍ୟ ସମାନ କାରନାମା କରିବା ପରେ ପୁଲିସବାବୁଙ୍କୁ କିନ୍ତୁ ତ୍ରାହି ମିଳିନଥିଲା । ଛାତ୍ରୀ ଜଣକ ଜବାବ ଦେବାକୁ ଯାଇ ପୁଲିସ ବାବୁଙ୍କୁ ମାଡ଼ ମାରିଥିଲେ । କ୍ରମେ ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଁଚି ପୁଲିସ କନେଷ୍ଟବଳଂକୁ ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ଏକ ଚେୟାରରେ ବାନ୍ଧି ପକାଇଥିଲେ କନେଷ୍ଟବଳଙ୍କୁ । ପୁଲିସ ପହଂଚିବା ପରେ ଶାନ୍ତ ହୋଇଥିଲା ଜନତା ।