ବରଗଡ ଭଟଲି ବ୍ଲକ ବିଜେପି ଅଫିସ ଆଗରେ ଫୁଟିଲା ଗୁଳି: ଜଣେ ମୃତ, ରାଜନୈତିକ ଶତ୍ରୁତା ସନ୍ଦେହ

57

କନକ ବ୍ୟୁରୋ: ବରଗଡ ଜିଲ୍ଲା ଭଟଲି ବ୍ଲର ବିଜେପି ଅଫିସ ଆଗରେ ଫୁଟିଛି ଗୁଳି । ଏଥିରେ ଜଣକର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ବୁଲୁ ସତନାମୀ(୧୮) ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ପିସ୍ତଲ ଓ ଖୋଜା ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ମିଳିଥିବା ଖବର ଅନୁସାରେ, ବୁଲୁଙ୍କ ଘର ସୋହେଲା ଚମାରପଡ଼ା ତାଙ୍କ ପିତା ହେଲେ ସୁମନ୍ତ ସତନାମୀ। ଭଟଲି ଦଳୀୟ ଅଫିସରେ ଗତକାଲି ଦଳୀୟ ଅଫିସରେ କାଯ୍ୟକର୍ତାଙ୍କ ବୈଠକ ବସିଥିଲା । ଆଉ ବୁଲୁ ନିଜ ସାଙ୍ଗଙ୍କ ସହ ପାର୍ଟି ଅଫିସକୁ ଆସିଥିଲେ । ଏହି ସମୟରେ ଅଫିସ ବାହାରେ ଗୁଳି ଫୁଟିଥିଲା । ଗୁଳି ବୁଲୁଙ୍କ ଦେହରେ ବାଜିଥିଲା । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବରଗଡ ନିଆଯାଇଥିଲା । ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ବାଟରେ ବୁଲୁଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ବୁର୍ଲା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ଗୁଳି ବୁଲୁଙ୍କ ମୁଣ୍ଡରେ ରହିଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି । ଅନ୍ୟପକ୍ଷରେ ଏହା ଏକ ରାଜନୈତିକ ଶତ୍ରୁତାର ପରିଣତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଜି ଛାନଭିନ୍ ପରେ ପରେ ବିସ୍ତୃତ ଘଟଣା ଜଣାପଡ଼ିବ ବୋଲି ଭଟଲି ପୁଲିସ୍ କହୁଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।