ଆଉ କିଛି ସମୟ ପରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା ! ବେରୋଜଗାରୀକୁ ନେଇ ରାଜ୍ୟ ସରକାରଙ୍କୁ ମାଗିବ ଜବାବ

128

କନକ ବ୍ୟୁରୋ : ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା । ଓଡିଶାର ବେରୋଜଗାରୀକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିବ ମୋର୍ଚ୍ଚା । ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷା ସାସଂଦ ପୁନମ ମହାଜନ ଏହାର ନେତୃତ୍ୱ ନେବେ । ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଦଳ ଅଭିଯୋଗ ଆଣିଛି ବିଜେପି ଯୁବ ମୋର୍ଚ୍ଚା । ସେଥିପାଇଁ ରାଜଧାନୀରେ ଏକାଠି ହୋଇଛନ୍ତି ହଜାର ହଜାର କର୍ମୀ ।

ରାଜ୍ୟ ସରକାର ନିଯୁକ୍ତି ନ ଦେଇ କେନ୍ଦ୍ରର ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ଓଲଟା ବାଧକ ସାଜୁଛି । ଯାହା ପାଇଁ ରାଜ୍ୟରେ ସମସ୍ତ ବର୍ଗରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି । ବିଗତ ୧୯ ବର୍ଷ ମଧ୍ୟରେ ରୋଜଗାର ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । ବର୍ତମାନ ସମୟ ଆସିଛି ଓଡିଶାର ହଜାର ହଜାର ବେକାରୀ ଯୁବକ ଏକାଠୀ ହୋଇ ରାଜ୍ୟ ସରକାରଙ୍କୁ ଏନେଇ ଜବାବ୍ ମାଗିବେ । ରୋଜଗାରକୁ ଗତ ୧୯ ବର୍ଷ ଧରି ବାଧକ ସାଜିଥିବା ନବୀନ ସରକାରଙ୍କୁ ମୋର୍ଚ୍ଚା ଜବାବ ମାଗିବ ବୋଲି କହିଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ତୃଣମୂଳ ସ୍ତରକୁ ଯିବ ଏବଂ ବେରୋଜଗାରୀକୁ ନେଇ ସରକାରଙ୍କ ବିଫଳତାର କାହାଣୀ ପ୍ରଚାର କରାଯିବ ବୋଲି ସେ କହିଛନ୍ତି ।