ଖାଦ୍ୟ ଚୋରି କରିବାରୁ ଭାଇକୁ ପିଟି ପିଟି ମାରିଦେଇଥିଲେ ଲୋକ, ଏବେ ଭଉଣୀ ପୁଲିସ ଚାକିରୀ ପାଇବା ପରେ କାନ୍ଦି କାନ୍ଦି ମନେ ପକାଇଲେ ଭାଇକୁ

60

ଖାଦ୍ୟ ଚୋରି କରିବାରୁ ଭୀଡ ନେଇଯାଇଥିଲା ଭାଇ ଜୀବନ, ଖାକି ପୋଷାକ ପିନ୍ଧିବା ପରେ କାନ୍ଦି କାନ୍ଦି ଭାଇକୁ ମନେ ପକାଇଲେ ଚନ୍ଦ୍ରିକା ।

ଭାଇର ଜୀବନ ଯିବା ପରେ ଯାଇ ସାକାର ହେଲା ଭଉଣୀର ସ୍ୱପ୍ନ। ଏପରି ଏକ ଦୁଃଖଦ ଘଟଣା ଘଟିଛି କେରଳର ଅଟ୍ଟାପଡ଼ିଠାରେ। କିଛି ମାସ ପୂର୍ବରୁ କେରଳୀ ଆଦିବାସୀ ଝିଅ ଚନ୍ଦ୍ରିକା ନିଜକୁ ଖାକି ପୋଷାକରେ ଦେଖିବାକୁ କେବଳ ସ୍ୱପ୍ନ ଦେଖି ଆସୁଥିଲେ। ଏମତି ବି ଘଟିଲା, ତାଙ୍କ ସ୍ୱପ୍ନ ସତ ହେଲା। ମାତ୍ର ଖୁସି ହେବା ପାଇଁ ତାଙ୍କ ନିକଟରେ ଭାଇ ରହିଲା ନାହିଁ।

ଘଟଣାଟି ଏମିତି, ଚନ୍ଦ୍ରିକା ଅନେକ ଦିନ ହେବ ଜଣେ ପୁଲିସ୍ ହେବାର ସ୍ୱପ୍ନ ଦେଖୁଥିଲେ। ତାଙ୍କର ଏହି ସ୍ୱପ୍ନକୁ ସମର୍ଥନ କରୁଥିଲେ ତାଙ୍କ ମାଆ ଓ ସ୍ୱାମୀ। ଚନ୍ଦ୍ରିକାଙ୍କ ଭାଇ ମଧୁ ପିଲାଦିନରୁ ଚାହୁଁଥିଲେ ଚନ୍ଦ୍ରିକା ଏକ ସରକାରୀ ଚାକିରି କରନ୍ତୁ ବୋଲି ।

ମାତ୍ର ଦୁଃଖର କଥା ହେଉଛି ଚନ୍ଦ୍ରିକା ସିଭିଲ୍ ପୁଲିସ୍ ଅଫିସର୍ ପଦବୀ ପାଇଁ ସାକ୍ଷାତକାର ଦେବାକୁ ଯିବା ପୂର୍ବ ଦିନ ତାଙ୍କ ଭାଇ ମଧୁଙ୍କର ଦେହାନ୍ତ ହୋଇଗଲା । ଯାହାବି ହେଉ ପୁଲିସ୍ ଭାବେ ନବ ନିଯୁକ୍ତ ହୋଇଥିବା ୭୯ ଆଦିବାସୀଙ୍କ ମଧ୍ୟରେ ଚନ୍ଦ୍ରିକା ସ୍ଥାନ ପାଇଲେ।

ଚନ୍ଦ୍ରିକା ସମ୍ମାନିତ ହେବା ଅବସରରେ ତାଙ୍କ ସହ ଘଟିଥିବା ଦୁଃଖଦ ଘଟଣାକୁ ଜଣାଇଛନ୍ତି। ସେ ଲୁହପୂର୍ଣ୍ଣ ଆଖିରେ କହିଛନ୍ତି କି ‘ମୁଁ ବହୁତ ଖୁସି। ମଧୁ ସବୁବେଳେ ଚାହୁଥିଲା ମୁଁ ଏକ ସରକାରୀ ଚାକିରି କରେ । ସେ ୧୬ ବର୍ଷ ବୟସରେ ଘର ଛାଡ଼ିଦେଲା। ବାପାଙ୍କ ମୃତ୍ୟୁ ପରେ ପରିବାର ପୋଷିବା ପାଇଁ ସେ କାଠ କାମ କରୁଥିଲା।’

ଫେବ୍ରୁଆରିର ସେହି ଦୁଃଖର ଦିନକୁ ମନେ ପକାଇ ଚନ୍ଦ୍ରିକା କହିଛନ୍ତି, ‘ମଧୁ ଅନେକ ଦିନ ଧରି ଘରକୁ ଆସୁ ନଥିଲା । ପରିବାର ସହ ତା’ର ଯୋଗାଯୋଗ ବି ପ୍ରାୟ କମିଯାଇଥିଲା । ଯେତେବଳେ ମଧୁକୁ ହସ୍ପିଟାଲ୍ ନିଆଗଲା ସେତେବେଳେ ପରିବାର ଲୋକଙ୍କୁ ସୂଚୀତ କରାଯାଇଥିଲା।’

ଶେଷରେ ୨୭ ବର୍ଷୀୟ ମଧୁ ଏକ ସ୍ଥାନୀୟ ଦୋକାନରୁ ଖାଦ୍ୟ ଚୋରି କରିଥିବାରୁ ପୁଲିସ୍ ହାତରେ ଜୀବନ ଗଲା ବୋଲି ଚନ୍ଦ୍ରିକା କାନ୍ଦି କାନ୍ଦି ଜଣାଇଛନ୍ତି। ଏପରିକି ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଯେଉଁ ସବୁ ଚୋରି ହୋଇଥିଲା ତାହାର ଦୋଷ ବି ମଧୁ ମୁଣ୍ଡରେ ଲଦି ଦିଆଗଲା।

ତାକୁ ରାସ୍ତା ମଝିରେ ଚଲାଇ ଚଲାଇ ସେପର୍ଯ୍ୟନ୍ତ ମାଡ଼ ମରାଗଲା ଯେ ପର୍ଯ୍ୟନ୍ତ ତା’ ଜୀବନ ଚାଲିନଗଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଲୋକମାନେ ସେହି ଘଟଣାର ଫଟୋ ଓ ଭିଡିଓ କରି ମଜ୍ଜା ନେଉଥିଲେ ବୋଲି ଚନ୍ଦ୍ରିକା ଅଭିଯୋଗ କରିଥିଲେ ।