ରାଜଧାନୀ ସିଜୁଆ ଅଂଚଳରେ ଗୁଳିମାଡ଼ ! ସ୍ୱାମୀକୁ ଗୁଳିମାଡ଼, ସ୍ତ୍ରୀଠାରୁ ଚେନ୍ ଲୁଟ୍

30

କନକ ବ୍ୟୁରୋ: ରାଜଧାନୀ ସିଜୁଆ ଅଂଚଳରେ ଗୁଳିମାଡ଼ । ଜଣେ ମହିଳାଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ ବେଳେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ସିଜୁଆ ଅଂଚଳର ବିଶ୍ୱରଂଜନ ମହାନ୍ତିଙ୍କ ପତ୍ନୀଙ୍କଠାରୁ ସୁନା ଚେନ୍ ଲୁଟିବା ବେଳେ ବିଶ୍ୱରଂଜନ ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିଥିଲେ ।

ତେବେ ବିଶ୍ୱରଂଜନଙ୍କ ବାମ ଜଙ୍ଘରେ ଗୁଳି ବାଜିଥିବା ଜଣାପଡିଛି । ବିଶ୍ୱରଂଜନଙ୍କୁ ଏମ୍ସରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ଦୁର୍ବୃତ୍ତମାନେ ତାଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଲୁଟି ଫେରାର ହୋଇଯାଇଛନ୍ତି ।

ସୂଚନା ମୁତାବକ, ବିଶ୍ୱରଂଜନ ଓ ତାଙ୍କ ପତ୍ନୀ ତାଙ୍କ ଘର ସମ୍ମୁଖରେ କାରରୁ ଓହ୍ଲାଇ ଘର ଭିତରକୁ ଯିବା ସମୟରେ ଜଣେ ଦୁର୍ବୃତ୍ତ ବିଶ୍ୱରଂଜନଙ୍କ ପତ୍ନୀ ମୋନାଲିସାଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଥିଲେ । ଏହି ସମୟରେ ବିଶ୍ୱରଂଜନ କାରରୁ ଓହ୍ଲାଇ ଦୁର୍ବୃ୍ତ୍ତଙ୍କ ପ୍ରତିବାଦ କରିବାରୁ ସେମାନେ ତାଙ୍କ ଉପରେ ଗୁଳିଚାଳନା କରିଥିଲେ । ତେବେ ଖଣ୍ଡଗିରି ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ଖୋକା ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।