ପିପିଲିରୁ ଆସିଲା ଆକ୍ରମଣର ଲାଇଭ ଚିତ୍ର । ସରକାରୀ ଡାଲି ଯୋଗାଣରେ ଅନିୟମିତତା ଅଭିଯୋଗ କରିବାରୁ ଯୁବକଙ୍କୁ ମାଡ ମାରିଲେ ଜିଲ୍ଳା ପରିଷଦଙ୍କ ପୁଅ, ସେପଟେ ଢେଙ୍କାନାଳରେ ସଂଗରୋଧ କେନ୍ଦ୍ରରେ ସରପଂଚଙ୍କୁ ଆକ୍ରମଣ ଅଭିଯୋଗ ।

638

କନକ ବ୍ୟୁରୋ: ସରକାରଙ୍କ ପକ୍ଷରୁ ହେଉଥିବା ଡାଲି ବଂଟନରେ ଅନିୟମିତତା ଅଭିଯୋଗ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ଅଭିଯୋଗକାରୀଙ୍କୁ ମାଡ ମାରିଛନ୍ତି ଜିଲ୍ଲା ପରିଷଦଙ୍କ ପୁଅ । । ପୁରୀ ଜିଲ୍ଲା ପିପିଲି ୨୩ ନମ୍ବର ଜୋନ୍ ଦୁର୍ଗାଦାସପୁର ପଂଚାୟତରୁ ଆସିଥିବା ଘଟଣା ଏବେ ଚାରିଆଡ଼େ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଘଟଣାଟି ଏପରିଥିଲା କି, ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପିପିଲି ଜୋନ୍ ୨୩ର ଜିଲ୍ଲା ପରିଷଦ ଗୀତାଂଜଳୀ ଦାଶଙ୍କ ପୁଅ ବିଶ୍ୱଜିତ୍ ଦାସ ଏବଂ ଅଭିଯୋଗକାରୀ ଦୁର୍ଯ୍ୟୋଧନ ଜେନାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ଘଟଣା ପିପିଲି ଥାନାରେ ପହଂଚିଥିଲା । ଆପୋଷ ସମାଧାନ ହୋଇଥିଲେ ବି ପୁଣି ସେହି ଘଟଣାକୁ ନେଇ ଦୁହିଁ ଭିତରେ ବଚସା ହୋଇଥିଲା । ଏଥିରେ ବିଶ୍ୱଜିତ୍ ରାଗିଯାଇ ଦୁର୍ଯ୍ୟୋଧନ ମାଡ ମାରିଥିଲେ । ଏବେ ଏହି ମାଡମରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଦୁର୍ଯ୍ୟୋଧନ ଏନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ।

ଢେଙ୍କନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଗିରିଧରପ୍ରସାଦ ପଂଚାୟତ ଥିବା ସଙ୍ଗରୋଧ କେନ୍ଦ୍ରରେ ସ୍ଥାନୀୟ ସରପଂଚଙ୍କୁ ମିଳିତ ଭାବେ ଆକ୍ରମଣ କରିଛନ୍ତି ୪ ଜଣ ଯୁବକ । ସଙ୍ଗରୋଧ ଗୃହରେ ପ୍ରବାସୀ ରହିବା ଘଟଣାକୁ ନେଇ ଖଣ୍ଡତରି ଗାଁର ୪ଜଣ ଯୁବକ ଆସି ଏଭଳି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତାମିଲନାଡୁରୁ ଫେରିଥିବା ୨୩ ଜଣ ବ୍ୟକ୍ତିଙ୍କୁ ଏଠାରେ ରଖାଯାଇଛି । ଏହି ଆକ୍ରମଣ ଘଟଣାରେ ଅଭିଯୋଗ ପରେ ଜଣଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ତିନି ଜଣ ଫେରାର ଥିବା ଜଣାପଡିଛି ।