ମୃତ୍ୟୁ ସହ ଏକ ଘଂଟାର ଲଢେଇ ! କେବୁଲ କାମ ଚାଲିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଉପରେ ଅଚେତ ହୋଇଗଲେ ଶ୍ରମିକ । ୬୦ ଫୁଟ ଉଚ୍ଚରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

705

କନକ ବ୍ୟୁରୋ: ମୃତ୍ୟୁ ସହ ଏକ ଘଂଟାର ଲଢେଇ । ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଓ ଠିକାଦାରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ସହ ଲଢେଇ କରି ନୂଆ ଜୀବନ ପାଇଲେ ଯୁବକ । ଅଳ୍ପକେ ବର୍ତିଗଲା ଜୀବନ । ନବରଙ୍ଗପୁର ଉମରକୋଟ ମୁଖ୍ୟ ରାସ୍ତାରେ ପୁରୁଣା ତାର ବଦଳାଯାଇ ନୂଆ କେବୁଲ ବଦଳା କାମ ଚାଲିଥିଲା । କାମ କରିବାକୁ ୬୦ ଫୁଟ ଉଚ ବିଦ୍ୟୁତ ଖୁଂଟ ଉପରକୁ ଚଢିଥିଲେ ଦୁଇ ଶ୍ରମିକ ।

ତେବେ କାମ କରୁଥିବା ସମୟରେ ହଠାତ ଜଣେ ଶ୍ରମିକଙ୍କ ମୁଣ୍ଡ ବୁଲେଇବା ଫଳରେ ଖୁଂଟ ଉପରେ ଅଚେତ ହୋଇପଡିଥିଲେ । ଫଳରେ ଶ୍ରମିକ ଜଣ ଖୁଂଟରୁ ଓହ୍ଲାଇପାରିନଥିଲେ । ଦୀର୍ଘ ଏକ ଘଂଟା ଧରି ଖୁଂଟ ଉପରେ ଅଚେତ ରହିଥିଲେ ଶ୍ରମିକ । ଖବର ପାଇ ଦମକଳ ବିଭାଗ ଘଟଣା ସ୍ଥଳରେ ପହଚିଂ ତାଙ୍କୁ ଉଦ୍ଧାର କରିବା ପରେ ଅଳ୍ପକେ ବର୍ତିଯାଇଥିଲେ । ବିନା ସେଫ୍ଟି ବେଲ୍ଟ ଓ ବିନା ହେଲମେଟରେୀ ଏଭଳି ବିପଦପୂର୍ଣ୍ଣ ଭାବେ କାମ କରୁଥିବାରୁ ବିଦ୍ୟୁତ ବିଭାଗକୁ ଏନେଇ ଦାୟୀ କରାଯାଇଛି ।