ମରିଗଲା ମାନବିକତା ! ଯୁବକଙ୍କୁ ଭାଲୁ ଆକ୍ରମଣ କରିବାର ଭିଡ଼ିଓ ସୁଟିଂ କଲେ ଲୋକେ, କିନ୍ତୁ ସହାୟତା ପାଇଁ ପାଖକୁ ଆସିଲେନି

93

କନକ ବ୍ୟୁରୋ : ସେଲ୍ଫି ହେଲା କାଳ । ଭାଲୁ ସହ ସେଲ୍ଫି ନେଇ ଜଣେ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ଫାର୍ସାଗୁଡ଼ା ପଂଚାୟତର ପଦୁବସା ଜଙ୍ଗଲରେ । ଜଣେ ବୋଲେରୋ ଡ଼୍ରାଇଭର ଏକ ପୋଖରୀ ନିକଟରେ ଭାଲୁ ସହ ସେଲଫି ନେଉଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା । ଡ଼୍ରାଇଭର ଜଣକ ସେଲ୍ଫି ନେବାବେଳେ ପୋଖରୀରେ ଭିତରେ ଫସିଯାଇଥିଲେ । ଏହି ସମୟରେ ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା ।

ଦୀର୍ଘ ସମୟ ଧରି ଭାଲୁ ଓ ମଣିଷ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ତେବେ ଆକ୍ରମଣ ପରେ ମଧ୍ୟ ଭାଲୁ ମଣିଷକୁ ଛାଡ଼ିନଥିଲା । ଦୀର୍ଘ ଅଢ଼େଇ ଘଣ୍ଟା ଯୁବକଙ୍କୁ ଜଗି ରହିଥିଲା ଭାଲୁ ।  ଫଳରେ ଘଟଣା ସ୍ଥଳରେ ଡ଼୍ରାଇଭରର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଂଚ ି ଭାଲୁକୁ ଟ୍ରାଙ୍କୁଲାଇଜର ଦେଇ ବେହୋସ କରିବାପରେ ମୃତଦେହ ଉଦ୍ଧାର କରିଛି ।

ତେବେ ସବୁଠାରୁ ଅମାନବୀୟ ଘଟଣା ହେଉଛି ସେଠାରେ ଲୋକମାନେ ସେଲ୍ଫି ନେବାର ଦୃଶ୍ୟକୁ ରେକର୍ଡ଼ିଂ କରୁଥିବା ବେଳେ ଲୋକଟିକୁ କେହି ସହାୟତା କରିବାକୁ ଆଗେଇ ଆସିନଥିଲେ । । କିନ୍ତୁ ସେଠାରେ ଥିବା ଏକ କୁକୁର ଲୋକଟିକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲା । ମୃତ ଲୋକଟିର ନାମ ପ୍ରଭୁ ଭତରା ବୋଲି ଜଣାପଡ଼ିଛି ।