କେନ୍ଦ୍ର ବିରୋଧରେ ଯୁବ କଂଗ୍ରେସର ବିକ୍ଷୋଭ : ଏଲପିଜି ଦର ଓ ସବସିଡି ପ୍ରତ୍ୟାହାର ଦାବିରେ ରାସ୍ତାରୋକ୍

13

କନକ ବ୍ୟୁରୋ : ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ ଓ ନାରାବାଜି । ଏଲପିଜି ଦର ଓ ସବସିଡି ପ୍ରତ୍ୟାହାର ଦାବିରେ ରାସ୍ତାରୋକ କଲେ ଶତାଧୀକ କଂଗ୍ରେସ କର୍ମୀ । ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଂଟିନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କୁଶପୁତଳିକା ଦାହ କରିଛନ୍ତି କଂଗ୍ରେସ କର୍ମୀ । ପାଖାପାଖି ୧ଘଂଟା ଧରି ରାସ୍ତାରୋକ କରି ବିକ୍ଷୋଭକାରୀମାନେ କେନ୍ଦ୍ର ବିରୋଧୀ ନାରା ଦେଇଛନ୍ତି ।