ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ! କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ଯଶୋବନ୍ତ ପରିଡାଙ୍କ ଉପରକୁ ବୋମା ଓ ଗୁଳିମାଡ

52

କନକ ବ୍ୟୁରୋ: ଗୁଳିମାଡରେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା । କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ କାରରେ ଯାଉଥିବାବେଳ ଯଶୋବନ୍ତ ପରିଡାଙ୍କ ଉପରକୁ ଆକ୍ରମଣ କରିଥିଲେ ଦୁବୃତ୍ତ । ଲୋକଙ୍କୁ ଭୟଭିତ କରିବା ପାଇଁ ପ୍ରଥମେ ବୋମାମାଡ କରିବା ପରେ ୯ରାଉଣ୍ଡ ଗୁଳି ମାଡ କରିଥିଲେ ଦୁବୃର୍ତ୍ତ । ତେବେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରବେଳେ ତାଙ୍କର ମୃତ୍ୟୁ ହୋଇଛି । ଯଶୋବନ୍ତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ସେପଟେ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ତଦନ୍ତ ବେଳେ ପୋଲିସ ଦୁବୃର୍ତ ବ୍ୟବହାର କରିଥିବା ବୋଲେରୋକୁ ନିକଟସ୍ଥ ଏକ ନଦୀ ନିକଟରୁ ଜବତ କରିଛି । ଏହି ଗାଡି ଭୁବନେଶ୍ୱରର ତୁଷାର ମହାନ୍ତି ନାଁରେ ପଂଜିକୃତ ଥିବା ଜଣାପଡିଛି । ପୋଲିସ ଏନେଇ ଅଧିକ ଖୋଲତାଡ ଆରମ୍ଭ କରିଛି । ରାସ୍ତ ସବୁ ସିଲ କରି ତଦନ୍ତ ଜୋରଦାର ହୋଇଛି । ବ୍ୟବସାୟୀକ ଶତ୍ରୁତାରୁ ହତ୍ୟା ହୋଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଏସପି ସନ୍ତୋଷ ନାୟକ । ଏପରିକି ଗତ ୩ ବର୍ଷ ତଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ବୋଲି ସେ କହିଛନ୍ତି । ଯଶୋବନ୍ତଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ । କହିଛନ୍ତି ଏହା ଅତ୍ୟନ୍ତ ନିନ୍ଦନିୟ ଘଟଣା । ଏହା ସହିତ ମୁଖମନ୍ତ୍ରୀଙ୍କୁ ଅବଗତ କରାଇଥିବା ନେଇ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଶ୍ରୀ ପରିଡ଼ା କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ନିଜ କାରରୁ ଯାଉଥିବାବେଳ ସେଠାରେ ଯଶୋବନ୍ତ ପରିଡାଙ୍କ ଉପରକୁ ଗୁଳି ମାଡ କରିଥିଲେ ଦୁବୃତ୍ତତ୍ତ । ଶ୍ରୀ ପରିଡ଼ାଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା । ପରେ ପରେ ଦୁର୍ବୃତ୍ତ ଜଣକ ବ୍ଲାଙ୍କ ଫାୟାରି କରି ସେଠାରେ ଆତଙ୍କ ସୃଷ୍ଟି କରିବା ସହିତ ଖସିଯିବାକୁ ଚେଷ୍ଟା କରିଥିଲା। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଏହି ଖବର ପ୍ରଚାର ହୋଇଯିବା ପରେ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁତର ଆହତ ଶ୍ରୀ ପରିଡ଼ାଙ୍କୁ ଜଣେ ଡାକ୍ତରଙ୍କ ସହିତ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନାକୁ ପଠାଯାଉଥିବା ବେଳେ କାମାକ୍ଷାନଗର ଠାରୁ ମାତ୍ର ୫ କିଲୋମିଟର ଦୂରରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ଶ୍ରୀ ପରିଡ଼ାଙ୍କ ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା।