ଫେସବୁକ୍ ବ୍ୟବହାର ନକଲେ ମଧ୍ୟ ଆପଣଙ୍କ ଡାଟା ହୋଇପାରେ ଚୋରି, ରିପୋର୍ଟରେ ହେଲା ଖୁଲାସା

180

ସୋସିଆଲ ମିଡିଆର କୌଣସି ବି ପ୍ଲାଟଫର୍ମକୁ ଆପଣ କେବେ ବ୍ୟବହାର କରିନଥିଲେ ବି କିମ୍ବା ନିଜର ଆକାଉଣ୍ଟ ଡିଲିଟ୍ କରିସାରିଥିଲେ ସୁଦ୍ଧା ଏହାର ଫେସବୁକ୍ ଏବଂ ଟ୍ୱିଟରରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ବିପଦରେ ପଡିପାରେ । ଆମେରିକାର ଭର୍ମୋଟ୍ ବିଶ୍ୱ ବିଦ୍ୟାଳୟ ଓ ଅଷ୍ଟ୍ରେଲିୟାର ଏଡିଲେଡ୍ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି କି, ବ୍ୟକ୍ତିଗତ ପସନ୍ଦକୁ ଦୀର୍ଘ ସମୟ ଧରି ଅନଲାଇନ୍ ପ୍ଲାଟଫର୍ମରେ ଦେଖାଇବାକୁ ମଧ୍ୟ ବ୍ୟକ୍ତିଗତ ତଥ୍ୟର ଚୋରି କୁହାଯିବ ।

ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରୁ ହଟିଯାଇଥିବ କିମ୍ବା କେବେ ସୋସିଆଲ ମିଡିଆରେ ରହିନଥିବ, କିନ୍ତୁ ତାଙ୍କ ସାଙ୍ଗମାନଙ୍କ ଅନଲାଇନ ପୋଷ୍ଟ କିମ୍ବା ଶବ୍ଦ ସେହି ବ୍ୟକ୍ତିଙ୍କ ଡାଟାକୁ ସାମନାକୁ ଆସିବାକୁ ନଦେଲେ ବି ୯୫% ପର୍ଯ୍ୟନ୍ତ ସଠିକରେ ତାଙ୍କ ବିଷୟରେ ପୂର୍ବାନୁମାନ ଲଗାଇବାରେ ସହାୟତା କରିପାରେ । ଏହି ଅଧ୍ୟୟନରେ ୧୩,୯୦୫ ଉପଯୋଗକର୍ତ୍ତାଙ୍କ ଟ୍ୱିଟରରେ କରାଯାଇଥିବା ୩ କୋଟି ସାର୍ବଜନିକ ପୋଷ୍ଟ ଦେଖାଯାଇଛି । ଏହି ଅଧ୍ୟୟନ ନେଚର୍ ହ୍ୟୁମାନ୍ ବିହେବିୟର ପତ୍ରିକାରେ ପ୍ରକାଶିତ ହୋଇଛି ।