ସର୍ତ୍ତ ପଡିଲା ମହଙ୍ଗା ! ଲଙ୍କା ଖାଇ ଯୁବକଙ୍କ ଗଳାରେ ହେଲା ଛିଦ୍ର

36

ଅନେକ ଥର ରେକର୍ଡ ତିଆରି କରିବା ଚକ୍କରରେ ଲୋକେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି । ଅନେକ ଥର ଏପରି ଦେଖିବାକୁ ମିଳେ ରେକର୍ଡ ପାଇଁ ଅନେକ ଅଜବ କାମ ମଧ୍ୟ କରନ୍ତି ଲୋକେ ଯାହାଦ୍ୱାରା ପରେ ସେମାନଙ୍କୁ ଏନେଇ ଅନେକ ଫଳ ମଧ୍ୟ ଭୋଗିବାକୁ ପଡେ । କିନ୍ତୁ ଏପରି ରେକର୍ଡ ଚକ୍କରରେ ଲୋକମାନେ ଭୁଲିଯାଆନ୍ତି କି ଏହାର ପରିମାଣ କେତେ ଖରାପ ହୋଇପାରେ ।

ଏମିତ ଏକ ଘଟଣା ଘଟିଛି ହୋଇଛି ଆମେରିକାର ଜଣେ ଯୁବକଙ୍କ ସହ । ଆମେରିକାର ୪୭ ବର୍ଷିୟ ଜଣେ ଯୁବକ ଲଙ୍କାଯୁକ୍ତ ବର୍ଗର ଖାଇବା ପାଇଁ ସର୍ତ୍ତ ଲଗାଇଥିଲେ । ଯେଉଁ ବର୍ଗର ଭୁତ ଝୋଲକିଆ ନାମକ ଲଙ୍କାରେ ତିଆରି ହୋଇଥଲା । ଏଇଠି ଆମେ କହି ରଖୁଛୁ କି ଏହି ପ୍ରକାରର ଲଙ୍କା ଦୁନିିଆର ସବୁଠାରୁ ଅଧିକ ରାଗଯୁକ୍ତ ଲଙ୍କା । ସର୍ତ୍ତରେ ଜିତିବା ପାଇଁ ଯୁବକ ଜଣକ ରାଗଯୁକ୍ତ ବର୍ଗର ଖାିଇଥିଲେ ସତ କିନ୍ତୁ କିଛି ସମୟ ତା’ଙ୍କର ପରେ ବାନ୍ତି ଆରମ୍ଭ ହୋଇଯାଇଥିଲା ।

ଆଉ ବାନ୍ତି ଆରମ୍ଭ ହେବା ପରେ ଆଉ ବିଲକୁଲ କମିଲା ନାହିଁ । ବାରମ୍ବାର ବାନ୍ତି ହେବା ଯୋଗୁଁ ଯୁବକଙ୍କ ଗଳାରେ ଏତେ ଜୋରରେ ଚାପ ପଡିଥିଲା ଯେ ଗଲାରେ ଛିଦ୍ର ସୃଷ୍ଟି ଯାଇଥିଲା । ଏବେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଗଲା । ଡାକ୍ତରଙ୍କ କହିବା ଅନୁସାରେ ଉକ୍ତ ଯୁବକଙ୍କ ଖାଦ୍ୟ ନଳୀରେ ଦେଢ ଇଞ୍ଚର ଛିଦ୍ର ହୋଇ ଯାଇଥିଲା । ସେହି ଲଙ୍କା ଏତେ ଖତରନାକ ଯେ ୧୪ ଦିନ ପର୍ୟ୍ୟନ୍ତ ଯୁବକଙ୍କୁ ମେଡିକଲାରେ ଚିକିତ୍ସିତ ହେବାକୁ ପଡିଲା ।