ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେମ ବିବାହ ପଡିଲା ମହଙ୍ଗା ! ଉଲଗ୍ନ କରି ପରିଶ୍ରା ପିଆଇବା ସହ ୭୦ ହଜାର ଟଙ୍କା ଜୋରିମାନା ଘୋଷଣା କଲେ ଗାଁ ଲୋକେ ।

19

ପ୍ରେମ ବିବାହ କରିବା ଆଜିକାଲି ଏକ ସାଧାରଣ କଥା ପାଲଟିଯାଇଛି । ପରିବାର ଅନୁମତିରେ ହେଉ ଅବା ବିନା ଅନୁମତିରେ ହେଉ ପ୍ରେମ ବିବାହ ନବପିଢିର ଯୁବକ ଯୁବତିଙ୍କ ପାଇଁ ସାଧାରଣ କଥା ପାଲଟିଛି । କିନ୍ତୁ ଗାଁ ଗହଳିର ଲୋକମାନଙ୍କ ପାଇଁ ପ୍ରେମ ବିବାହ ଏକ ଅପରାଧ ସହ ସମାନ । ଗାଁରେ ଯଦି କୌଣସି ଯୁବକ ଓ ଯୁବତି ପ୍ରେମ ବିବାହ କରେ ତେବେ ତାଙ୍କୁ ଗାଁରୁ ବାଛନ୍ଦ କରିଦିଆଯାଇଥାଏ କିମ୍ବା ସେମାନଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ । ସେହିଭଳି ନିଜ ପରିବାରର ଇଚ୍ଛା ବିରୋଧରେ ଯାଇ ବିବାହ କରିବା ଘଟଣା ଏକ ଆଦିବାସୀ ପ୍ରେମୀ ଯୁଗଳଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି କାରଣ ପାଇଁ ନବବିବାହିତ ଦମ୍ପତିଙ୍କୁ ଉଲଗ୍ନ କରାଯାଇ ପରିସ୍ରା ପିଇବାକୁ ବାଧ୍ୟ କରାଯାଇଛି। ଏହି ଅଭାବନୀୟ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂର ହରିଦାସପୁର ଗ୍ରାମରେ ଗତ ଜୁଲାଇ ୨୫ ତାରିଖରେ।

ଅମ୍ବୁଆ ଥାନା ଅଧିକାରୀ ବିକାଶ କପିସଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉକ୍ତ ଗ୍ରାମର ଜନୈକା ୧୯ ବର୍ଷ ବୟସ୍କା ଯୁବତୀ ସେହି ଗ୍ରାମର ଜନୈକ ୨୧ ବର୍ଷ ବୟସ୍କ ଯୁବକଙ୍କୁ ତାଙ୍କ ପରିବାରର ଇଚ୍ଛା ବିରୋଧରେ ଗତ ମେ ମାସରେ ବିବାହ କରିଥିଲେ। ଯୁବତୀଙ୍କ ପରିବାର ବର୍ଗ ଏହି ବିବାହକୁ ବିରୋଧ କରୁଥିବାରୁ ସେମାନେ ଏହି ବିବାହ ବିରୋଧରେ ଯାଇ ‘ଜାତ୍ ପଞ୍ଚାୟତ’ର ଦ୍ୱାରସ୍ଥ ହୋଇଥିଲେ। ‘ଜାତ୍ ପଞ୍ଚାୟତ’ ଏହି ମାମଲାର ବିଚାର କରି ଯୁବକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ୭୦ ହଜାର ଟଙ୍କା ଯୁବତୀଙ୍କ ପରିବାର ବର୍ଗଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇ ଏହି ମାମଲାର ସମାଧାନ କରି ଦେଇଥିଲେ।