ଦିନରେ ଭଡା, ସଂଧ୍ୟାରେ ବିକ୍ରୀ, ରାତିରେ ଚୋରି, : ଫିଲ୍ମୀ ଫିଲ୍ମୀ କାର ଚୋରି

34

ଦିଲ୍ଲୀର ଯୁବ ଉଦ୍ୟୋଗପତି ମିଂଟୋ କୁମାର ନିଜ ବ୍ୟବସାୟରେ କ୍ଷତି ସହିବା ପରେ କେମିତି ପୁଣି ତାଙ୍କ ବ୍ୟବସାୟକୁ ପୂର୍ନଃପ୍ରତିଷ୍ଠା କରିପାରିବେ ସେଥିପାଇଁ ଏକ ବିଧିବଦ୍ଧ ପ୍ଲାନ କରିଥିଲେ। ମିଂଟୋ କୁମାର ନାମକ ୨୮ ବର୍ଷୀୟ ବିସିଏ ଗ୍ରାଜୁଏଟ୍ ଯୁବକ ଗୋଟିଏ କାରକୁ ଭଡାରେ ଆଣିଥିଲେ ତାକୁ ଇ-କମର୍ସ ସାଇଟରେ କାରର ମାଲିକ କହି ଦର୍ଶାଇ ସେହି ରାତିରେ ସେହି କାରକୁ ନୂଆ ମାଲିକଙ୍କ ଠାରୁ ଚୋରି କରିଥିଲେ ।

ପ୍ରାୟତଃ ଦୁଇମାସ ଆଗରୁ ଏହି ବ୍ୟବସାୟୀ ଜଣକ କାରଟିକୁ ଭଡାରେ ଆଣିଥିଲେ । ଏବଂ ସେତେବେଳେ ସେ ଚୋରି କରିବାର ନୂଆ ପ୍ଲାନ ତିଆରି କରୁଥିଲେ ଆଉ ସନ୍ଧାନ କରୁଥିଲେ ସମାନ ଧରଣର ମହିନ୍ଦ୍ରା ଏକ୍ସକ୍ୟୁଭି କାରର । ଯେତେବେଳେ ସେ ସମାନ ରଙ୍ଗର ଗୋଟିଏ କାର ପାଇଲେ ସେ ସେହି କାରର ସମସ୍ତ ତଥ୍ୟକୁ ଏକଜୁଟ୍ କରି ଜାଲ କାଗଜପତ୍ର ତିଆରିକରିଥିଲେ । କାରର ପ୍ରକୃତ ମାଲିକର ଅଜାଣତରେ ସେ କାରଟିକୁ ବିକ୍ରୀ କରିଥିଲେ। ସେହି ରାତିରେ ହିଁ କାରର ଡ୍ୟୁପ୍ଲିକେଟ୍ ଚାବିରେ କାରଟିକୁ ଚୋରିକରିଥିଲେ।m.dailyhunt.in

ଗତ ସପ୍ତାହରେ ପୁଲିସ କାର ଚୋରି ସମ୍ବନ୍ଧୀୟ ତଥ୍ୟ ୨୩ ଦ୍ୱାରକା ଷ୍ଟେସନରେ ପାଇଥିଲା । କାର ସମ୍ବନ୍ଧୀୟ ତଥ୍ୟ ସବୁକୁ ଯାଂଚ କଲାପରେ ଏକ ରୋଚକ ତଥ୍ୟ ପୁଲିସର ସମ୍ନାକୁ ଆସିଥିଲା। ସମାନ ରଙ୍ଗର ଗୋଟିଏ କାରର ଦୁଇଟି ମାଲିକ ସମ୍ବନ୍ଧରେ ଜାଣିବାକୁ ପାଇଥିଲା ପୁଲିସ । ଏହି ତଥ୍ୟ ସବୁକୁ ଯାଂଚ କଲାପର ଜଣେ ଅଫିସରଙ୍କ କହିବା ମୂତାବକ କାରର ମାଲିକ ଜଣକ କାରଟିକୁ ଇ-କମର୍ସ ସାଇଟରୁ କିଣିଛନ୍ତି , କିନ୍ତୁ ସେହି ସମାନ ରାତିରେ ସେହି କାରଟି ଚୋରି ମଧ୍ୟ ହୋଇଛି । ପ୍ରଥମେ ଜଣାପଡୁଥିଲା ଯେ କାରଟି ଚୋରି ହୋଇଯାଇଛି, କିନ୍ତୁ ପୁଲିସ ଅଫିସରଙ୍କ କହିବା ମୂତାବକ ଆମେ ଏତଲା ରଖି ଅସୁବିଧାରେ ମଧ୍ୟ ପଡିଛୁ । ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କଲାପରେ ଆହୁରି ବହୁତ ରୋଚକତଥ୍ୟ ସମ୍ନାକୁ ଆସିଛି । ବ୍ୟବସାୟୀ ମିଂଟୋ ସମସ୍ତଙ୍କୁ ଏକରକମର ଚଖମା ଦେଇଛନ୍ତି ।

ଏହି ବ୍ୟବସାୟୀ ଜଣଙ୍କ ତାଙ୍କ ଚୋରି କରିବାର ତରିକା ଦ୍ୱାରା ବହୁ ଅଭିଜ୍ଞ ପୁଲିସ ଅଫିସରଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ମିଂଟୋ ପୁଲିସ ଆଗରେ କହିଛନ୍ତି ଯେ କାର ବିକ୍ରୀକରିବାର ସାତ ଘଂଟା ଆଗରୁ କାରଟିକୁ ଚୋରି କରିଥିଲେ । ଫରିଦାବାଦରେ ଥିବା ତାଙ୍କର ଏକ ମସାଜ୍ ପାଲର ଏବଂ ସ୍ପା ବହୁତ କ୍ଷତି ସହିଥିବାରୁ ସେ ନିଜ ବ୍ୟବସାୟକୁ ପୁଣିଥରେ ଠିକ୍ କରିବା ପାଇଁ ଏଭଳି ଏକ ତରିକା ଆପଣେଇଥିଲେ ।