ବ୍ୟାୟାମ କରିବା ପୂର୍ବରୁ କରନ୍ତୁ ଏହାକୁ ସେବନ : ବ୍ରଣ ସମସ୍ୟା ହେବ ଦୂର, ତ୍ୱଚାରେ ଆସିବ ଚମକ

38

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତଙ୍କର ଆଶା ଥାଏ । ଏହି ଇଚ୍ଛାକୁ ପୁରୁଣ କରିବା ପାଇଁ ଅଧିକାଂଶ ଲୋକ ତ୍ୱଚାର ଖୁବ ଯତ୍ନ ନେଇଥାନ୍ତି । ଧୂଳି, ମାଟି, ପ୍ରଦୂଷଣରେ ଆମେ ତ୍ୱଚାକୁ ସବୁଦିନ ଦୂରେଇ ରଖି ପାରିବାନି । ତେବେ ଆପଣ ଜାଣିଛନ୍ତି କି, ଆପଣଙ୍କ ଇଚ୍ଛା ଖୁବଶୀଘ୍ର ପୁରଣ ହୋଇପାରିବ । ଏହା ମଧ୍ୟ ସାନ୍ତରାର ସହାୟତାରେ । ଯଦି ଆପଣ ସାନ୍ତରାକୁ ଏହି ଖାସ ଉପାୟରେ ପ୍ରୟୋଗ କରିବେ, ତେବେ ସୁନ୍ଦର ଚେହେରା ଆପଣଙ୍କ ପାଇଁ କିଛି ଅସମ୍ଭବ ନୁହେଁ ।

ନିକଟରେ ଏକ ଅଧ୍ୟାୟନରେ ଜଣାପଡିଛି ଯେ, ଭିଟାମିନ-ସି ର ଆଂଟି ଅକ୍ସିଡେଂଟ ଗୁଣ ତ୍ୱଚାର କୋଷ ଗୁଡିକରୁ ସବୁ ପ୍ରକାର ନକାରାôତକ ପ୍ରଭାବକୁ କମ୍ କରି ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସହାୟତା କରିଥାଏ । ଏଥିପାଇଁ ଆପଣଙ୍କୁ ପୁରାଦିନ ୨/୩ଟି ସାନ୍ତରା ସେବନ କରିବାକୁ ପଡିବ । କହିବାକୁ ଗଲେ ସାନ୍ତରାର ସେବନ ଯେଉଁ ସମୟରେ ହେଲେ କରି ପାରିବା । କିନ୍ତୁ ସୁନ୍ଦର ଚେହେରା ପାଇବା ପାଇଁ ଆପଣଙ୍କୁ ବ୍ୟାୟାମ କରିବା ପୂର୍ବରୁ ଖାଇବାକୁ ପଡିବ । ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚାର ଦାଗ ଧୀରେ ଧୀରେ ଦୂର ହୋଇଯିବ ।

ବ୍ୟାୟାମ କରିବା ପୂର୍ବରୁ ସାନ୍ତରାର ସେବନ କରିବା ଦ୍ୱାରା ସେଥିରୁ ମିଳୁଥିବା ଭିଟାମିନ-ସି ଓ ଭିଟାମିନ-ଏ ଆପଣଙ୍କ ତ୍ୱଚାର କୋଷରେ ମିଶି ତାକୁ ସୁସ୍ଥ ରଖେ । ଏହା ବ୍ୟତୀତ ଉଜ୍ଜଳ ତ୍ୱଚା ପାଇବା ପାଇଁ ଆହାରରେ ଫଳ ଓ ସବୁଜ ପନିପରିବା ସାମିଲ କରିବା ସହିତ ଖୁବ ମାତ୍ରରେ ପାଣି ପିଅନ୍ତୁ । ଏଭଳି କରିବା ଦ୍ୱାରା ତ୍ୱଚାରେ ବ୍ରଣ ହୁଏ ନାହିଁ । ଏଭଳି କରିବା ଦ୍ୱାରା ସୂର୍ଯ୍ୟ କିରଣରେ କଳା ପଡିଯାଇଥିବା କୋଷ ଗୁଡିକ ଉଜ୍ଜ୍ୱଳ ଦେଖାଯାଇଥାଏ ।