ଚଳନ୍ତା ଟ୍ରେନରେ ଏଟିଏମ୍ କାର୍ଡ଼ ଦ୍ୱାରା କିଣିପାରିବେ ଖାଦ୍ୟ, ତୁରନ୍ତ ମିଳିବ ବିଲ୍ ! ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇର ସ୍ୱାଗତଯୋଗ୍ୟ ପଦକ୍ଷେପ

21

ଚଳନ୍ତା ଟ୍ରେନରେ ଆପଣଙ୍କୁ ଖାଇବା ଦରକାର ହେଲେ, ଆପଣ ଏଟିଏମ କାର୍ଡ଼ ସାହାଯ୍ୟରେ ଖାଦ୍ୟ କିଣିପାରିବେ । ପୂର୍ବରୁ ରେଳଯାତ୍ରୀଙ୍କୁ କ୍ୟାଟରିଂ ସେବା ଅନୁସାରେ ଅଧିକ ଟଙ୍କା ବିନିମୟରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା । ଏବଂ ଖାଦ୍ୟର ବିଲ ମଧ୍ୟ ଦିଆଯାଉନଥିଲା । ଆଉ ଯାତ୍ରୀମାନେ ବିଲ ମାଗିବା ପରେ କ୍ୟାଟରିଂ ସେବାର କର୍ମଚାରୀମାନେ ଅସନ୍ତୁଷ ହେବା ସହ ବଡ଼ କଷ୍ଟରେ ବିଲ ଦେଉଥିଲେ । ତେବେ ଆଗକୁ ଏପରି ଅସୁବିଧା ନହେବା ପାଇଁ ସ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛି ।

train

ଖୁବଶୀଘ୍ର ଭେଣ୍ଡରଙ୍କ ହାତରେ କ୍ୟାସଲେସ୍ ସୁବିଧା ଦିଆଯିବ । ରେଳଯାତ୍ରୀ ଖାଦ୍ୟ ପାଇଁ ଏଟିଏମ କାର୍ଡ଼ରେ ପେମେଂଟ କରିବେ ଏବଂ ତାଙ୍କୁ ସହଜରେ ବିଲ ମିଳିଯିବ । ରେଳବାଇ ଭେଂଣ୍ଡରଙ୍କୁ କ୍ୟାସଲେସ ସେବା ଉପଲବ୍ଧ କରାଇବା ପାଇଁ ପଏଣ୍ଟ ଅଫ୍ ମେସିନ ଦିଆଯିବ । ଯାହାଦ୍ୱାରା ଯାତ୍ରୀଙ୍କୁ ଆଉ ଅସୁବିଧା ଭୋଗିବା ପାଇଁ ପଡ଼ିବ ନାହିଁ । ଏହି ସେବା ସମସ୍ତ ଟ୍ରେନରେ ଖୁବ ଶୀଘ୍ର ଆରମ୍ଭ ହୋଇଯିବ । ଏପରି ହେବାଦ୍ୱାରା କ୍ୟାଟରିଂ କମ୍ପାନୀଗୁଡ଼ିକ ଆଉ ମନମାନୀ କରିପାରିବେ ନାହିଁ । ସେମାନଙ୍କୁ ମନଇଚ୍ଛା କାରବାର ଉପରେ ରୋକ ଲଗାଇବା ସହ ପେଣ୍ଟ୍ରିଂର ଯାଂଚ ପାଇଁ ବିଶେଷ ଟିମ୍ ଗଠନ କରାଯାଇଛି । ଏହି ଟିମ୍ କ୍ୟାଟରିଂ କମ୍ପାନୀର ବିଷୟରେ ଯାଂଚ କରିବ । ଯାଂଚରେ ଦୋଷୀ ସାବ୍ୟସ୍ତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ଏହାସହ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଫିଡ଼ବ୍ୟାକ୍ ନେଇ ସୂଚି ପ୍ରସ୍ତୁତ କରାଯିବ ।

ଏଥିରେ ରେଳଯାତ୍ରୀଙ୍କ ହସ୍ତାକ୍ଷର ମଧ୍ୟ ରହିବ । ଯାତ୍ରୀଙ୍କ ହସ୍ତାକ୍ଷରର ଏକ କପି ମଣ୍ଡଳ ମୁଖ୍ୟାଳୟରୁ ନେଇ ଅନ୍ୟ ମଖ୍ୟାଳୟ ପର୍ଯ୍ୟନ୍ତ ପଠାଯିବ । ଏହାପରେ ଦୋଷୀଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବି । ଏହି ସମ୍ମନ୍ଧରେ ଜଣେ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି, କ୍ୟାସଲେସ୍ ସୁବିଧା ରାଜଧାନୀ ଟ୍ରେନରେ ଦିଆଯାଇଛି । ଏବେ ଖୁବ ଶ୍ରୀଘ୍ୟ ଏକ୍ସପ୍ରେସ୍ ଓ ମେଲ ଟ୍ରେନରେ ମଧ୍ୟ ଉପଲବ୍ଧ କରାଯିବ । ଏଥିପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି । ସେ କହିଛନ୍ତି ଖୁବ ଶୀଘ୍ର ଭେଣ୍ଡରଙ୍କ ହାତରେ କ୍ୟାସଲେସ୍ ମେସିନ ଦିଆଯିବ ଓ ରେଳଯାତ୍ରୀ ଏଟିଏମ କାର୍ଡ଼ରେ ଖାଦ୍ୟ କିଣି ପେମେଣ୍ଟ କରିପାରିବେ । ସୂଚନାଯୋଗ୍ୟ ଏହି ସେବା କେବଳ ପାଟଣା ସହରରେ ଉପଲବ୍ଧ ହେଉଛି ।