ଭିଟାମିନ୍–ଏନ୍ କ’ଣ ଏବଂ ଏହା ଦ୍ୱାରା ଶରୀରକୁ କ’ଣ କ’ଣ ଫାଇଦା ମିଳେ ? ଆସନ୍ତୁ ଜାଣିବା

68

ମଣିଷକୁ ସୁସ୍ଥ ଏବଂ ଫିଟ୍ ରହିବାକୁ ହେଲେ ଭଲ ଡାଏଟ୍ ସହିତ ଭିଟାମିନ୍ ର ବି ଆବଶ୍ୟକତା ଅଛି । ଭିଟାମିନ୍- ଏନ୍ ଶରୀରକୁ ପ୍ରକୃତିରୁ ମିଳୁଥିବା ଭିଟାମିନ୍ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ପ୍ରକୃତି ଠାରୁ ଦୂରେଇ ଯାଇଛନ୍ତି , ଯାହା କାରଣରୁ ଶରୀରରେ ଭିଟାମିନ୍-ଏନ୍ ର ଅଭାବ ହୋଇଯାଏ ଏବଂ ସେମାନେ ସାଂଘାତିକ ରୋଗର ଶିକାର ହୋଇଯାଆନ୍ତି । ଠିକ୍ ମାତ୍ରାରେ ଭିଟାମିନ୍-ଏନ୍ ନେଲେ ଆପଣଙ୍କୁ କେବେ ବି କୈାଣସି ରୋଗ ହେବନି । ଆସନ୍ତୁ ଜାଣିବା ଭିଟାମିନ୍-ଏନ୍ ରୁ ଶରୀରରକୁ କ’ଣ କ’ଣ ଫାଇଦା ମିଳେ ।

ଶ୍ୱାସରୋଗ : ଭିଟାମିନ୍-ଏନ୍ ନେବା ଦ୍ୱାରା ଶ୍ୱାସରୋଗର ସମସ୍ୟା ରହେନି । ଅଧିକରୁ ଅଧିକ ସମୟ ପ୍ରକୃତି ନିକଟରେ ରହିଲେ ହୃଦୟ ଏବଂ ଫୁସଫୁସ୍ ସୁସ୍ଥ ରହେ । ଶ୍ୱାସର ମୁଖ୍ୟ କାରଣ ବାୟୁ ପ୍ରଦୂଷଣ ଏବଂ ସେଥିପାଇଁ ଗଛପତ୍ର ପାଖରେ ରହିଲେ କିମ୍ବା ଶୁଦ୍ଧ ପବନ ଗ୍ରହଣ କଲେ ହାର୍ଟ ଏବଂ ଫୁସଫୁସ୍ ଉପରେ ଚାପ ପଡେନି ।

ମୋଟାପଣ ଶିକାର ହେବେନି : ଗବେଷଣା ଅନୁସାରେ, ପ୍ରକୃତି ବା ସବୁଜିମା ପାଖଷର ରହିଲେ ଲୋକ ବେଶୀ ସୁସ୍ଥ ଏବଂ ଫିଟ୍ ରହନ୍ତି ।

ହୃଦୟ ସୁସ୍ଥ ରହେ : ପ୍ରକୃତି ପାଖରେ ରହିଲେ ହୃଦୟ ବି ସଂପୂର୍ଣ୍ଣ ସୁସ୍ଥ ରହେ । ସବୁଜିମାରେ ବ୍ୟାୟାମ କଲେ ହୃଦୟ ସୁସ୍ଥ ରହିବା ସହିତ ଏହାର ଆହୁରି ଫାଇଦା ମିଳେ ।

ଅଲଜାଇମର୍ ର ବିପଦ କମ୍ କରେ : ଚିନ୍ତା ଏବଂ ଅବସାଦ କାରଣରୁ ବର୍ତ୍ତମାନ ସମୟରେ ଲୋକଙ୍କ ଠାରେ ଅଲଜାଇମର୍ ର ଆଶଙ୍କା ବଢ଼ୁଛି । ଏମିତିରେ ଆପଣ ସବୁଜିମାରେ ଅଧିକ ସମୟ ରହିବା ଦ୍ୱାରା ଏହି ଗମ୍ଭୀର ରୋଗର ଆଶଙ୍କାକୁ ଏଡାଇ ପାରିବେ ।