ଚା’ ସହିତ ଖାଆନ୍ତୁନି ଏସବୁ ଜିନିଷ : ଶରୀର ଉପରେ ପଡିବ ଅନେକ କୁପ୍ରଭାବ, ବିଗିଡିବ ସ୍ୱାସ୍ଥ୍ୟ 

512

ପ୍ରାୟତଃ ଲୋକେ ନିଜ ଦିନର ଆରମ୍ଭ ଚା’ କିମ୍ବା କପେ କଫିରୁ କରିଥାନ୍ତି । ସେମାନଙ୍କୁ ଏହା ଫୁର୍ତ୍ତି  ତଥା ସତେଜ ଅନୁଭବ କରାଇଥାଏ । କିଛି ଲୋକ ଚା’ ସହିତ ଅନେକ ଜିନିଷ ଖାଇଥାନ୍ତି । କିନ୍ତୁ କିଛି ଜିନିଷ ଏମିତି ରହିଛି, ଯାହାକୁ ଚା’ ସହିତ ଖାଇବା ଦ୍ୱାରା ତାହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ, ଚା’ ସହିତ କେଉଁ ଜିନିଷ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ ।

• ଯଦି ଆପଣ ସକାଳ ସମୟରେ ଚା’ ପିଉଛନ୍ତି, ତେବେ ତା’ ସହିତ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଟେନିନ୍ ରହିଥାଏ, ଯାହା ଆଇରନକୁ ଅବଶୋଷିତ କରିଥାଏ । ଏହା ଦ୍ୱାରା ଶରୀରରେ ଆଇରନର ମାତ୍ରା କମ୍ ହୋଇ ଯାଇଥାଏ । ଆଇରନଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ । କିନ୍ତୁ କେବେ ହେଲେ ଏହାକୁ ଚା’ ସହିତ ଖାଆନ୍ତୁ ନାହିଁ । ଏପରି କଲେ ରକ୍ତହୀନତା ସହ ଅନେକ ସମସ୍ୟା ଦେଖାଦେଇପାରେ ।

• ଚା’ ସହିତ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଚା’ରେ ଥିବା ଟେନିନ୍ ପ୍ରୋଟିନକୁ ଅବଶୋଷିତ କରି ଶରୀରକୁ କ୍ଷତି ପହଞ୍ଚାଇଥାଏ ।

• ଚା’ର ସେବନ କରୁଥିଲେ ତା’ ସହ ସବୁଜ ପରିବା ଖାଆନ୍ତୁ ନାହିଁ । ବ୍ରୋକଲି, ପୋଇ, ମୂଳା ଇତ୍ୟାଦି ପରିବାରେ ଭରପୂର ମାତ୍ରରେ ଆଇରନ ରହିଥାଏ ।  ଯାହାଦ୍ୱାରା ଚା’ ସହିତ ଏହାକୁ ସେବନ କଲେ ଶରୀରରେ ରକ୍ତହୀନତା, ପାଚନ ସମ୍ବନ୍ଧିତ ସମସ୍ୟା, ପେଟରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଯାଇଥାଏ ।