ପାଣି ପିଇବାର ଶୈଳୀ ସ୍ୱାସ୍ଥ୍ୟ ଉପରେ ପକାଏ ପ୍ରଭାବ : ଜାଣନ୍ତୁ ଛିଡା ହୋଇ ଓ ବସି କି ପାଣି ପିଇଲେ କ’ଣ ହୁଏ ?

976

ପାଣି ପିଇବା ଶରୀର ପାଇଁ ନିହତି ଆବଶ୍ୟକ। ଶୋଷ ଲାଗିଲେ ଏହାକୁ ମେଣ୍ଟାଇବା ଲାଗି ପାଣିରୁ ଭଲ ଜିନିଷ ଆଉ କିଛି ନ ଥାଏ । ଆମେ ପ୍ରତିଦିନ ପାଣି ପିଉ, କିନ୍ତୁ ଠିକ୍ ଶୈଳୀରେ ପାଣି ନ ପିଇଲେ ଆମ ଶରୀର ଉପରେ ବିଭିନ୍ନ ପ୍ରକାରର ସମସ୍ୟା ଆସିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଦିନକୁ ଅତି କମ୍‌ରେ ୮ ଗ୍ଲାସ୍ ପାଣି ପିଇବା ନିହାତି ଆବଶ୍ୟକ।

କାହିଁକି ଛିଡ଼ା ହୋଇ ପାଣି ପିଇବା ଅନୁଚିତ୍ :
ଅଧିକାଂଶ ଲୋକଙ୍କ ଛିଡ଼ା ହୋଇ ପାଣି ପିଇବା ଅଭ୍ୟାସ ରହିଛି । ସମସ୍ତେ ଭାବନ୍ତି ଯେ, ଛିଡ଼ା ହୋଇ କିମ୍ବା ବସି ପାଣି ପିଇବାରେ କିଛି ପାର୍ଥକ୍ୟ ନାହିଁ। କିନ୍ତୁ, ନିଶ୍ଚିତ ଭାବେ ଜାଣନ୍ତୁ ଯେ, ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ଆମ ଶରୀରକୁ ସମ୍ପୂର୍ଣ୍ଣ ମାତ୍ରାରେ ଆହାର ବା ପୋଷଣ ମିଳି ନଥାଏ। ଯଦି ଆପଣ ପାଣି ସଠିକ୍ ଭାବେ ପିଉ ନାହାନ୍ତି ତା’ହେଲେ ଧିରେ ଧିରେ ଏହା ଆପଣଙ୍କ ଶରୀରକୁ ଖୁବ୍ ପ୍ରଭାବିତ କରିପାରେ।

ଠିକ୍ ଭାବେ ଏହାକୁ ପାଳନ କରନ୍ତୁ :
ଯଦି ଠିକ୍ ଭାବରେ ପାଣି ପିଆଯାଏ ତା’ହେଲେ ଆମ ଶରୀରରେ ଥିବା ବିଷାକ୍ତ ଜିନିଷକୁ ପାଣି କାଢ଼ିଦିଏ ଓ ସମସ୍ତ ମିନେରାଲ୍ସର ଲାଭ ନେଇପାରିଥାଏ। ଆମ ଶରୀରର ୭୦ ପ୍ରତିଶତ ହେଉଛି ପାଣି, ଏହା ପ୍ରତିଦିନ ସରିଯାଉଥାଏ ଓ ଏହାର ସ୍ତରକୁ ନିୟମିତ ରଖିବା ପାଇଁ ଆମେ ପାଣି ପିଉଥାଉ, କିନ୍ତୁ ଯଦି ଆପଣ ଠିକ୍ ପ୍ରକ୍ରିୟାରେ ପାଣି ପିଅନ୍ତି ତା’ହେଲେ ସମ୍ପୂର୍ଣ୍ଣ ଭାବେ ଏହା ନିୟନ୍ତ୍ରିତ ହୋଇ ନଥାଏ।

ପାଣି ପିଇବାର ଶୈଳୀ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ :
ଛିଡ଼ା ହୋଇ ପାଣି ପିଇବା ଦ୍ୱାରା ପାଣି ତୁରନ୍ତ ତଳକୁ ଆସିଯାଏ, ଯାହା ଦ୍ୱାରା ଆପଣଙ୍କ ହାଡ଼କୁ କ୍ଷତି ପହଞ୍ଚାଇବା ସହ ଆଣ୍ଠୁ-ଗଣ୍ଠି ଦରଜ ହେବାର ଆଶଙ୍କା ବଢ଼େଇ ଦିଏ। ଏହି ଅଭ୍ୟାସ ଆପଣଙ୍କ ଶରୀରକୁ ଦୁର୍ବଳ କରିଦିଏ।

ବସିକି ପାଣି ପିଅନ୍ତୁ :
ସର୍ବଦା ବସିକି ହିଁ ଖାଦ୍ୟ ଖାଆନ୍ତୁ ଓ ପାଣି ପିଅନ୍ତୁ। ଆମ ଶରୀର ଏମିତି ଭାବେ ତିଆରି ହୋଇଛି ଯାହା ଦ୍ୱାରା ଆପଣ ବସିକି ଖାଇଲେ ଓ ପିଇଲେ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭ ମିଳିଥାଏ । ବୋତଲରେ ହେଉ କିମ୍ବା ଗ୍ଲାସରେ, ବସିକି ପାଣି ପିଇବା ଦ୍ୱାରା ପୋଷକ ତତ୍ତ୍ୱ ମସ୍ତିଷ୍କକୁ ପହଞ୍ଚିଥାଏ ଓ ଏହାର ସକ୍ରିୟତାକୁ ବଢ଼ାଇଥାଏ। ଏହାଦ୍ୱାରା ହଜମ କ୍ରିୟା ମଧ୍ୟ ଭଲ ହୋଇଥାଏ। ବସିକି ପାଣି ପିଇବା ଦ୍ୱାରା ଆହୁରି ଅନେକ ଫାଇଦା ଶରୀରକୁ ମିଳିଥାଏ।