ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ ଏବଂ ଜାଣିରଖନ୍ତୁ କିପରି ବୁକ୍ ଏବଂ ରଦ୍ଦ କରିବେ ତତ୍କାଳ ଟିକେଟ୍ !  

39

ପ୍ରତିଦିନ କୋଟି କୋଟି ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଭାରତୀୟ ରେଳବାଇରେ ଲଗାତାର ପରିବର୍ତ୍ତନ ଦେଖାଯାଉଛି । ତେବେ ଇତି ମଧ୍ୟରେ ଆଉ ଏକ ସୁବିଧା ରେଳବାଇ ଦ୍ୱାରା ଯାତ୍ରୀମାନଙ୍କ ପାଇଁ ଲାଗୁ କରାଯାଇଛି । କିଛି ସମୟରେ ଯାତ୍ରା ପୂର୍ବରୁ ପୂର୍ବରୁ ପ୍ଲାନିଙ୍ଗ୍ ହୋଇଥିବା ବେଳେ କିଛି ସମୟରେ ତତ୍କାଳ ଯାତ୍ରା ପାଇଁ ଟିକେଟ୍ କରିବାକୁ ପଡିଥାଏ । ତେବେ ଆଇଆରସିଟିସିର ୱେବସାଇଟରେ ତତ୍କାଳ ଯାତ୍ରା ପାଇଁ ଟ୍ରେନ୍ ଟିକେଟ୍ ପାଇବାର ସବୁଠାରୁ ସହଜ ବିକଳ୍ପ ଉପଲବ୍ଧ ରହିଛି କିନ୍ତୁ ଏହି ସୁବିଧାକୁ ଖୁବ୍ କମ୍ ଲୋକ ହିଁ ଜାଣିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ସୁବିଧା ବିଷୟରେ କହିବାକୁ ଯାଉଛୁ ।

ବୁକିଙ୍ଗ୍ ୱିଣ୍ଡୋ : ଯାତ୍ରା କରିବାର ଗୋଟିଏ ଦିନ ପୂର୍ବରୁ ଆପଣ ଟିକେଟ୍ ବୁକିଙ୍ଗ୍ କରିବାର ସୁବିଧା ପାଇବେ । ତେବେ ଏସିରେ ଯଦି ବୁକିଙ୍ଗ୍ କରୁଥାନ୍ତି ଏହାର ସମୟ ୧୦ ଟାରୁ ଏବଂ ନନ୍ ଏସିରେ ଯଦି ଟିକେଟ୍ ବୁକିଙ୍ଗ୍ କରିବାକୁ ଚାହୁଁଥାନ୍ତି ତେବେ ୧୧ ଟାରେ ବୁକିଙ୍ଗ୍ ସେବା ଉପଲବ୍ଧ କରାଯାଏ ।  ଟିକେଟ୍ ଆପଣ ଆଇଆରସିଟିସିର ୱେବସାଇଟରେ କିମ୍ବା ରିଜରଭେସନ୍ ୱିଣ୍ଡୋରେ ମଧ୍ୟ ଯାଇ କରିପାରିବେ । ତତ୍କାଳ ଟିକେଟ୍ ବୁକିଂରେ କେବଳ ୪ ଜଣ ଯାତ୍ରୀଙ୍କୁ ଟିକେଟ୍ ବୁକିଂ କରିବା ପାଇଁ ମଉକା ମିଳିଥାଏ । ଜଣେ ବ୍ୟକ୍ତି ଗୋଟିଏ ଆଇଡିରେ କେବଳ ୨ ଟି ଟିକେଟ୍ ବୁକ୍ କରିବାର ଅନୁମତି ରହିଥାଏ ।

ୱେଟିଙ୍ଗରେ ଥିବା ବ୍ୟକ୍ତି ମଧ୍ୟ କରିପାରିବେ ଯାତ୍ରା : ଯଦି ଆପଣଙ୍କ ସହ ଆପଣଙ୍କ ପରିବାର କିମ୍ବା ସାଙ୍ଗସାଥି ମଧ୍ୟ ଯାଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କାହାର ମଧ୍ୟ ଟିକେଟ୍ ଯଦି କନଫର୍ମ ଅଛି ତେବେ ଅନ୍ୟ ସଦସ୍ୟ ମଧ୍ୟ ଯାତ୍ରା କରିବାର ସୁବିଧା ପାଇବେ ।

କ୍ୟାନ୍ସିଲେସନ୍ : ଟ୍ରେନ୍ ଷ୍ଟେସନରୁ ଛାଡିବାର ୩୦ ମିନିଟ୍ ପୂର୍ବରୁ  ଯଦି ଆପଣଙ୍କ ଟିକେଟ୍ କନଫର୍ମ ହୋଇନାହିଁ ତେବେ ଆପଣ ଚାହିଁଲେ ଏହାକୁ କ୍ୟାନସେଲ୍ କରିପାରିବେ । ଏଥିପାଇଁ ୱେଟିଙ୍ଗ୍ କିମ୍ବା ଆରଏସି ଟିକେଟକୁ ୨୪ ଘଣ୍ଟା ମଧ୍ୟରେ କ୍ୟାନସେଲ୍ କରିବାକୁ ପଡିଥାଏ ।

ରିଫଣ୍ଡ : କନଫର୍ମ ଟିକେଟକୁ କ୍ୟାନସେଲ୍ କଲେ ଟଙ୍କା ରିଫଣ୍ଡ ମିଳିନଥାଏ । ୱେଟିଙ୍ଗ୍ କିମ୍ବା ଆରଏସି ଟିକେଟକୁ ରଦ୍ଦ କରିବାକୁ ହେଲେ ଷ୍ଟେସନରୁ ଟ୍ରେନ୍ ଛାଡିବା ୩୦ ମିନିଟ୍ ପୂର୍ବରୁ ଏହାକୁ ରଦ୍ଦ କରିବାକୁ ପଡିବ ।

ଟ୍ରେନ୍ କ୍ୟାନ୍ସିଲେସନ୍ : ଯଦି ଆପଣଙ୍କ ଟ୍ରେନ୍ ୩ ରୁ ୪ ଘଣ୍ଟା ଲେଟରେ ଚାଲୁଛି ତେବେ ଆପଣ ରିଫଣ୍ଡ ପାଇଁ ମଧ୍ୟ କହିପାରିବେ ।

ପେମେଣ୍ଟ୍ ଅପସନ୍ : ରେଗୁଲାର୍ ପେମେଣ୍ଟ୍ ଅପସନ୍ ସହ ଆପଣ ଚାହିଁଲେ ଇପିଲେଟର ବା ପେ-ଅନ୍-ଡେଲିଭରି ଭଳି ବିକଳ୍ପ ଆପଣାଇପାରିବେ । ଆପଣ ନିଜ ମୋବାଇଲ୍ କିମ୍ବା ଇ-ମେଲ୍ ଜରିଆରେ ନିଜ ପେମେଣ୍ଟ୍ ଲିଙ୍କ୍ ଜାଣିପାରିବେ । ଯାହାଦ୍ୱାରା ୧୪ ଦିନ ଭିତରେ ଆପଣଙ୍କୁ ପେମ୍ଟେ୍ ଦେବାକୁ ପଡିବ ।