କିଛି କଂପାନୀ ଏଭଳି ବି ଥାନ୍ତି କି, ସେମାନେ କର୍ମାଚୀରଙ୍କୁ ନିଯୁକ୍ତି ଦେଇଥାନ୍ତି ସତ ହେଲେ ତାଙ୍କୁ ତାଙ୍କର ପାରଶ୍ରମିକ ଦେବାକୁ କୁଣ୍ଠାବୋଧ କରିଥାନ୍ତି । ସେହିପରି କିଛି କଂପାନୀ ତ ଯଦି କୌଣସି କର୍ମଚାରୀଙ୍କର ଚାକିରି ଛାଡିବାର ରହିଛି ଠିକ୍ ଏହି ସମୟରେ ହିଁ ତାଙ୍କ ଦରମାକୁ ରୋକି ଦେଇଥାନ୍ତି । ଖାଲି ଏତିକି ନୁହେଁ କିଛି କଂପାନୀ ତ କର୍ମଚାରୀଙ୍କୁ ବିନା କୌଣସି କାରଣରୁ ବାହାର ବି କରିଦେଇଥାନ୍ତି । ଏପରିକି ତାଙ୍କର ଦରମାକୁ ମଧ୍ୟ ଦେବାକୁ ରୋକ୍ ଠୋକ୍ ମନା କରିଦେଇଥାନ୍ତି । ତେବେ ଏଭଳି ପରିସ୍ଥିତିରେ କର୍ମଚାରୀ ଜଣକ ନିଜକୁ ବହୁତ ଅସହାୟ ମନେ କରିଥାଏ ।

ତେଣୁ ଯଦି ଏଭଳି ଘଟଣା ଆପଣଙ୍କ ସହ ଘଟୁଛି କିମ୍ବା ଆପଣଙ୍କର କୌଣସି ବନ୍ଧୁଙ୍କ ସହ ଘଟୁଥାଏ ତେବେ ଏଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ସରକାର କର୍ମଚାରୀଙ୍କୁ ଏଭଳି କିଛି ଅଧିକାର ଦେଇଛନ୍ତି, ଯାହାକୁ ଆଧାର କରି ଜଣେ କର୍ମଚାରୀ ତାଙ୍କର ଟଙ୍କା ଫେରିପାଇବେ । ତେବେ ଆସନ୍ତୁ ଜାଣିବା ଏହି ଅଧିକାରୀ ସଂପର୍କରେ।

• ଯଦି ଆପଣଙ୍କ କଂପାନୀ ଦରମା ଦେବାକୁ ମନା କରୁଛି ତେବେ ଆପଣ ତାଙ୍କୁ ଲିଗାଲ ନୋଟିସ୍ ପଠାଇପାରିବେ । ଏଥିପାଇଁ ଆପଣଙ୍କୁ ଜଣେ ଭଲ ଆଇନଜୀବୀର ପରାମର୍ଶ ଲୋଡିବାକୁ ପଡିବ, ଯିଏ କି ଏସଂକ୍ରାନ୍ତରେ ଅଭିଜ୍ଞ ଥିବେ ।

• ଏହାଛଡା ଆପଣ କଂପାନୀ ସହ ବୁଝାମଣା ବି କରିପାରିବେ । କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ପାଖାପାଖି ସମସ୍ତ ଅଫର ଲେଟରରେ ଏଭଳି ଏକ ଭାଗ ରହିଛି , ଯେଉଁଥିରେ ଲେଖାଯାଇଥାଏ କି, କୌଣସି ବି ବିବାଦ ପରିସ୍ଥିତିରେ ମଧ୍ୟସ୍ଥତା ତଥା ବୁଝାମଣାର ରାସ୍ତା ଗ୍ରହଣ ଯୋଗ୍ୟ ।ଏହାଦ୍ୱାରା କର୍ମଚାରୀ ମଧ୍ୟସ୍ଥତା ଏବଂ ବୁଝାମଣା ଅଧିନିୟମ ୧୯୯୬ ନିୟମ ଅନୁସାରେ ଏଭଳି ମାମଲାକୁ ଆଗକୁ ବଢାଯାଇପାରିବ ।

• ଦରମା ନ ମିଳିବା ଉପରେ କର୍ମଚାରୀ ନିଜ ଜିଲ୍ଲାର ଶ୍ରମ ଆୟୋଗ ତଥା ଲେବର କମିସନରଙ୍କ ନିକଟକୁ ବି ଯାଇପାରିବେ । ଶ୍ରମ ଆୟୋଗ କର୍ମଚାରୀଙ୍କ ଅଧିକାର ପାଇଁ ଲଢିଥାନ୍ତି ।

• ଯଦି ଲେବର କମିସନର ଦ୍ୱାରସ୍ଥ ହେବା ସତ୍ୱେ ବି କୌଣସି ସୁଫଳ ନମିଳେ ତେବେ ଆପଣ କର୍ମଚାରୀ କୋର୍ଟର ଦ୍ୱାରସ୍ଥ ହୋଇପାରିବେ । କୋର୍ଟରେ ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟ୍ ଆକ୍ଟ,୧୯୪୭ ର ଧାରା ୩୩(ସି) ଆଧାରରେ ମାମଲା ଦାଖଲ କରିପାରିବେ ।

• ଯଦି କୌଣସି କର୍ମଚାରୀ କଂପାନୀର କାର‌୍ୟ୍ୟକାରୀ ସ୍ତରର ଉଚ୍ଚ ସ୍ତରରେ ଅଛନ୍ତି ତେବେ ସେମାନେ ନାଗରିକ ପ୍ରକ୍ରିୟା ସଂଘିତା ୧୯୦୮ ଅନୁସାରେ ସିଭିଲ କୋର୍ଟରେ ମକଦ୍ଦମା ଦାୟର କରିପାରିବେ ।

• କୌଣସି କଂପାନୀ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ପୂର୍ବରୁ ଆପଣଙ୍କ ନିକଟରେ ଏହି ସବୁ ଦସ୍ତାବିଜ ଥିବା ଦରକାର

• କଂପାନୀ ବିରୋଧରେ ମାମଲା ଦାଖଲ କରିବା ପାଇଁ ହେଲେ ଆପଣଙ୍କ ନିକଟରେ ପ୍ରମାଣଥିବା ଦରକାର କି ଆପଣଙ୍କୁ ସେହି କଂପାନୀରେ ଚାକିରିରେ ରଖିଥିଲା ନା ନାହିଁ । ଏଥିପାଇଁ ଆପଣଙ୍କ ପାଖରେ କଂପାନୀ ତରଫରୁ ପଠାଯାଇଥିବା ଅଫର ଲେଟର କିମ୍ବା ଜବ କଂଟ୍ରାକ୍ଟ ଥିବା ନିହାତି ଦରକାର ।

• କଂପାନୀ ଆପଣଙ୍କୁ ଦରମା ଦେଉନି, ଏକଥାକୁ ପ୍ରମାଣିତ କରିବା ପାଇଁ ହେଲେ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଖାତାର ବିବରଣୀ ତଥା ବ୍ୟାଙ୍କ ଷ୍ଟେଟମେଂଟ ବି ଦେବାକୁ ପଡିବ ।

• ଯଦି କୌଣସି କଂପାନୀ ଫ୍ରଡ କରିଥାଏ ତେବେ ଉକ୍ତ କଂପାନୀ ବିରୋଧରେ ଧାରା ୪୪୭ ଅନୁସାରେ ମାମଲା ଦାଖଲ ହୋଇପାରେ ।

• ସେହିପରି, ଉକ୍ତ କଂପାନୀ ଯଦି ବାସ୍ତବରେ ଫ୍ରଡ ବୋଲି ପ୍ରମାଣିତ ହୋଇଯାଏ ତେବେ କର୍ମଚାରୀଙ୍କୁ ୬ ମାସରୁ ୧୦ ବର୍ଷ ପର‌୍ୟ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ । ଏମ୍ପେ୍ଲାଟ ଇଣ୍ଡିଆନ ପ୍ୟାନେଲ କୋଡ ଅନୁସାରେ, ଏମ୍ପେ୍ଲାୟରଙ୍କ ବିରୋଧରେ ଅପରାଧିକ ମାମଲା ବି ଦାଖଲ କରାଯାଇହେବ ।

ତେଣୁ ଏଥିପାଇଁ ଖାଲି ଆପଣଙ୍କର ମନୋବଳ ସୁଦୃଢ ରହିବା ନିହାତି ଆବଶ୍ୟକ । କିନ୍ତୁ ନିଜ ଅଧିକାର ସହିତ କର୍ତ୍ତବ୍ୟ ପ୍ରତି ମଧ୍ୟ ଗୁରୁ୍ତ୍ୱ ଦେବା ଉଚିତ ।