ଅଜବ ବଜାର ! ପତ୍ନୀ ଠାରୁ ଆରମ୍ଭ କରି ବାପା ମା’ ପର୍ଯ୍ୟନ୍ତ ସମସ୍ତେ ମିଳନ୍ତି ଭଡାରେ ।

30

ବଜାରକୁ ଗଲେ ଆପଣ କେଉଁ କେଉଁ ଜିନିଷ କିଣିବାକୁ ପସନ୍ଦ କରନ୍ତି ପ୍ରଶ୍ନ କଲେ ଆପଣ ଘରୋଇ ସାମଗ୍ରୀଠାରୁ ଆରମ୍ଭ କରି ପ୍ରସାଧନ ସାମଗ୍ରୀର ତାଲିକା ଆମକୁ ଦେଖାଇବେ । କିନ୍ତୁ ବଜାରରୁ ପତ୍ନୀ,ବାପା ମା ଭଳି ଅମୂଲ୍ୟ ସମ୍ପଦ ଭଡାରେ ମିଳୁଥିବା କଥା ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଖବର ଆମ ପାଖରେ ରହିଛି ଯାହାକୁ ଶୁଣିଲେ ଆପଣ ସୁନିଶ୍ଚିତ ହତବାକ୍ ହେବେ ।

ଜାପାନରେ ରହିଛି ଏଭଳି ଏକ ମାର୍କେଟ୍ ଯେଉଁଠି ଭଡାରେ ବନ୍ଧୁ,ସ୍ତ୍ରୀ,ବାପା ମା’ ସମସ୍ତେ ମିଳିଥାନ୍ତି । ଏକାନ୍ତରେ ଥିବାବେଳେ ଯଦି ଆପଣଙ୍କଚୁ ସମୟ କାଟିବା ପାଇଁ ଜଣେ ବନ୍ଧୁଙ୍କ ଆବଶ୍ୟକ ତେବେ ଏହି ମାର୍କେଟରେ ଆପଣଙ୍କୁ ସୁହାଉଥିବା ଭଳି ଜଣେ ବନ୍ଧୁ ଭଡାରେ ମିଳିଯିବେ । ଯାହାଙ୍କ ସହ ଆପଣ ପାର୍ଟି କରିବା ସହ ବିଭିନ୍ନ ସ୍ଥାନକୁ ଯାଇ ମଜା କରିପାରିବେ । ଏଠାରେ ଆପଣଙ୍କୁ ଗାର୍ଲ ଫ୍ରେଣ୍ଡ ବି ମିଳିଯିବେ । ଯେଉଁମାନେ ଜୀବନରେ ଏକୁଟିଆ ଅଛନ୍ତି ଏବଂ କିଛି ସମୟ ପାଇଁ ଜଣେ ବାନ୍ଧବୀଙ୍କ ସ୍ପର୍ଶ ପାଇବାକୁ ଚାହାନ୍ତି ତେବେ ଏହି ମାର୍କେଟ୍ ଆପଣଙ୍କୁ ଭଡାରେ ମନଲାଖି ବାନ୍ଧବୀ ଦେବାରେ ସାହାର୍ଯ୍ୟ କରିବ ।

ପିଲାମାନଙ୍କୁ ଛୁଟି ଦିନରେ ହୋମୱାର୍କ କରିବାର ବହୁତ ଟେନସନ୍ ଥାଏ ଏହି ମାର୍କେଟରେ ଏହି ସମସ୍ୟାର ମଧ୍ୟ ସମାଧାନ ହୋଇଯାଏ । ହୋମୱାର୍କ କରିବା ପାଇଁ ଏଠାରେ ଅପରେଟର ମାନେ ରହିଥାନ୍ତି । ଏଠାରେ ବିବାହରେ କମ୍ ଅତିଥି ଥିଲେ ମଧ୍ୟ ଅତିଥିଙ୍କ ବନ୍ଦୋବତ୍ସ ପାଇଁ ଏଠାରେ ଭଡାରେ ଲୋକ ମିଳିଯାନ୍ତି । ଯଦି ଆପଣ ବିଦେଶୀ ଲୋକଙ୍କ ସହ ସମୟ ବିତାଇବା ପାଇଁ ଚାହୁଁଛନ୍ତି ତେବେ ଏଠାରେ ଏହାର ମଧ୍ୟ ବନ୍ଦୋବତ୍ସ କରାଯାଇଛି । ଏତିକି ନୁହଁ ଏଠାରେ ଶର୍ଯ୍ୟାସୁଖ ପାଇଁ ପତ୍ନୀ ଏବଂ ଛୁଆର ସେବାଯତ୍ନ ପାଇଁ ଭଠାରେ ବାପା ମା’ ମଧ୍ୟ ମିଳିଯାନ୍ତି ।