ହ୍ୱାର୍ଟସଆପରେ ବ୍ୟକ୍ତିଗତ ଚାର୍ଟକୁ କିପରି କରିବେ ଲକ୍ ! ଆପଣାନ୍ତୁ ଏହି କୌଶଳ

68

ଆଜିକାଲି ହ୍ୱାର୍ଟସଆପର ବହୁଳ ବ୍ୟବହାର ହେଉଛି । ବେଳେବେଳେ ଆମେ ହ୍ୱାର୍ଟସଆପରେ ଅନେକ ବ୍ୟକ୍ତିଗତ ତଥା ଗୁରୁତ୍ୱପୂର୍ଣ୍ଣ କଥା ହୋଇଥାଉ । ଏପଟେ କେବେ କେବ ଘରଲୋକ କିମ୍ବା ସାଙ୍ଗମାନେ ଆମ ମୋବାଇଲ ବ୍ୟବହାର କରିଥାଆନ୍ତି । ଏପରିସ୍ଥଳେ ଆପଣ ଆପଣଙ୍କ ବ୍ୟକ୍ତିଗତ ଚାର୍ଟକୁ କିପରି ଲକ କରିବେ ଜାଣନ୍ତି କି ?

ଆସନ୍ତୁ ଜାଣିବା ଆପଣ ଆପଣଙ୍କ ବ୍ୟକ୍ତିଗତ ଚାର୍ଟକୁ କିପରି ଲକ୍ କରିବେ । ଏଥିପାଇଁ ଆପଣଙ୍କୁ ଗୁଗୁଲ ପ୍ଲେଷ୍ଟୋରକୁ ଯାଇ ହ୍ୱାର୍ଟସଆପ ଚାର୍ଟ ଲକର ଆପ ଡାଉନଲୋଡ କରିବା ପାଇଁ ପଡିବ । ଏହି ଆପ ଖୋଲିଲା ପରେ ହିଁ ଆପଣଙ୍କୁ ଏକ ପାସୱାର୍ଡ ଦେବାକୁ ପଡିବ । ଏହି ପାସୱାର୍ଡରେ ଆପଣଙ୍କ ବ୍ୟକ୍ତିଗତ ଚାର୍ଟ ଲକ ହୋଇପାରିବ । ଯିଏ ବି ଆପଣଙ୍କ ଚାର୍ଟ ଖୋଲିବା ପାଇଁ ଚେଷ୍ଟା କରିବ ତାକୁ ପାସୱାର୍ଡ ଦେବାକୁ ପଡିବ ।

ଆପ ବିଷୟରେ ଜାଣନ୍ତୁ –
ଚାର୍ଟ ଲକ କରିବା ପାଇଁ ଏକ ମାଗଣା ଆପ ଗୁଗୁଲ ପ୍ଲେଷ୍ଟୋରରେ ଉପଲବ୍ଧ । ଏହା ୧.୩୦ଏମବିର ଏକ ଆପ୍ ଅଟେ, ଯାହା ୪.୦ କିମ୍ବା ତା ଠାରୁ ଉପର ଭର୍ସନରେ କାମ କରେ । ଏହି ଆପକୁ ଗ୍ରାହକ ବହୁତ ଦରକାରୀ ବୋଲି ପ୍ରକାଶ କରିଛନ୍ତି । ଏହାସହ ଏହି ଆପ୍ ବ୍ୟବହାର କରିବା ପରେ ଆପଣଙ୍କୁ ପୁରା ହ୍ୱାର୍ଟସଆପକୁ ଲକ୍ କରିବା ପାଇଁ ପଡିବ ନାହିଁ ।

ଏହାସହ ପଢ଼ନ୍ତୁ – ୧ ଜୁନରୁ ବଦଳୁଛି ଏସବିଆଇର ନିୟମ ! କେଉଁ ସେବା ମହଙ୍ଗା ହେବ ଆସନ୍ତୁ ଜାଣିବା