ମୋଦି ସରକାର ଆଣିଲେ ନୂଆ ଯୋଜନା ! ଏଣିକି ଘରେ ବସି କମାଇ ପାରିବେ ହଜାର ହଜାର ଟଙ୍କା, ଜାଣନ୍ତୁ ପୁରା ପ୍ରକ୍ରିୟା ।

49

ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ଏକ ନୂଆ ଯୋଜନା । ଯେଉଁଥିରେ ଆପଣ ଘରେ ବସି ରୋଜଗାରସ କରିପାରିବେ ହଜାର ହଜାର ଟଙ୍କା । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ମୋଦି ସରକାର ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଏଥିରେ ଭାଗ ନେଇ ଆପଣ ଜିତିପାରିବେ ୩୧ ହଜାର ଟଙ୍କା । ଏଥିରେ ଭାଗନେଇଥିବା ବ୍ୟକ୍ତିଙ୍କୁ ମାତ୍ର ୧୦ଟି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ପଡିବ । ଯଦି ଆପଣ ସଠିକ ଭାବରେ ସବୁ ପ୍ରଶ୍ନର ଉତ୍ତର ଦେବାରେ ସଫଳ ହେବେ ଏବଂ ପ୍ରଥମ ସ୍ଥାନ ଅଧିକାର କରିବେ ତେବେ ଆପଣଙ୍କୁ ୩୧ ହଜାର ଟଙ୍କା ପୁରସ୍କାର ମିଳିବ । ଠିକ ସେହିଭଳି ଦ୍ୱିତୀୟ ସ୍ଥାନ ଅଧିକାର କଲେ ୨୧ ହଜାର ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିବିଶେଷଙ୍କୁ ୧୧ ହଜାର ଟଙ୍କା ଦେଇ ପୁରସ୍କୃତ କରାଯିବ । ଏହା ବ୍ୟତିତ ଏହି ପ୍ରତିଯୋଗିତାରେ ଯଦି କୌଣସି ବ୍ୟକ୍ତି ସନ୍ତୋଷଜନକ ପ୍ରଦର୍ଶନ କରିବାରେ ସଫଳ ହେଲା, ତେବେ ତାଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ଦିଆଯିବ । ଏହି ପ୍ରତିଯୋଗିତାରେ ଆବେଦନ କରିବାର ଶେଷ ତାରିଖ ୨୧ ଜୁନ ୨୦୧୮ ରହିଛି ।

ମୋଦିଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି ପ୍ରତିଯୋଗିତାରେ କୁଇଜକୁ ଛାଡି ମୋଦି ସରକାରଙ୍କ ପାଇଁ ପେଣ୍ଟିଙ୍ଗ ଏବଂ ଟ୍ୟାଗ ଲାଇନ ଲେଖି ମଧ୍ୟ ଟଙ୍କା ଆୟ କରିପାରିବେ । ଏଥିରେ ଆପଣ ଏନବ୍ଲେମ ଡିଜାଇନିଂ, ଫିଲ୍ମ ଏବଂ ଫଟୋଗ୍ରାଫି ଭଳି ପ୍ରତିଭା ଦେଖାଇ ପୁରସ୍କାର ଜିତିପାରିବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଚ୍ଛୁକ ବ୍ୟକ୍ତି ଏହି ବିଷୟରେ ଅଧିକ ତଥ୍ୟ ପାଇଁ Mygov.inକୁ ଯାଇ ଜାଣିପାରିବେ ।