ଆପଣଙ୍କ ଫୋନ୍ ଲକ୍ ହୋଇଯାଇଛି କି ? ଡାଏଲ କରିପାରିବେ ଏମରଜେନ୍ସି ନମ୍ବର

30

ସ୍ମାର୍ଟଫୋନ୍ ବ୍ୟହାରକାରୀ ପ୍ରାୟତଃ ନିଜର ଫୋନ୍ ଲକ୍ କରି ରଖନ୍ତି । ଦୁଇଟି ପ୍ରମୁଖ କାରଣ ଯୋଗୁଁ ଏପରି କରନ୍ତି ସ୍ମାର୍ଟଫୋନ୍ ବ୍ୟହାରକାରୀ । ପ୍ରଥମଟି ହେଲା ତାଙ୍କର ବ୍ୟକ୍ତିଗତ ବିବରଣୀ ବିଷୟରେ କେହି ଜାଣୁ, ସେମାନେ ଚାହାନ୍ତି ନାହିଁ । ଆଉ ଦ୍ୱିତୀୟ କାରଣ ହେଲା ଏପରି କରିବା ଦ୍ୱାରା ଡାଟା ଚୋରୀ ହେବାର ହେବାର ଭୟ ନଥାଏ । କିନ୍ତୁ ଫୋନକୁ ଲକ କରିବା ଯୋଗୁଁ ବେଳେ ବଳେ ବହୁତ ଅସୁବିଧା ଭୋଗିବାକୁ ପଡ଼େ । କେବେ କେବେ ଖୁବ ଦରକାରୀ ସମୟରେ ଲୋକେ ଫୋନକୁ ଅନଲକ୍ କରିପାରନ୍ତି ନାହିଁ ।

କିମ୍ବା କୌଣସି ଦୁର୍ଘଟଣା ସମୟରେ ମଧ୍ୟ ହଡ଼ବଡ଼ିରେ ଏପରି ପରିସ୍ଥିତି ଉପୁଜୁିପାରେ । ଆପଣଙ୍କ ସହ ମଧ୍ୟ କେବେ ନା କେବେ ଏପରି କିଛି ହୋଇଥିବ । ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଏପରି ଏକ ସେଟିଂ ଅଛି, ଯେଉଁଠି ଲକ୍ ଫୋନରେ ମଧ୍ୟ ଏମରଜେନ୍ସି କଣ୍ଟାକ୍ଟର ବ୍ୟବହାର କରିପାରିବେ । କିଛି ସମୟ ପୂର୍ବରୁ ହ୍ୱାଟସଆପରେ ମଧ୍ୟ ଏକ ମେସେଜ ଭାଇରାଲ ହୋଇଥିଲା । ତେବେ ଆସନ୍ତୁ ଜାଣିବା କେମିତି କରିବେ ଏହି ସେଟିଂ –

– ସର୍ବପ୍ରଥମେ ନିଜର ଆଣ୍ଡ୍ରଏଡ଼୍ ସେଟିଂ ଯାଆନ୍ତୁ ।

– ଏଠାରେ ପର୍ସନାଲରେ ସିକ୍ୟରିଟି ସେିଟିଂର ବିକଳ୍ପ ଦେଖାଯିବ । ଏହାକୁ ଓପନ କରନ୍ତୁ ।

– ଏସବୁ ପରେଫୋନ ଲକର ସ୍କ୍ରିନ୍ ଲକ୍ ସେିଟିଂକୁ ଯାହାନ୍ତୁ । ଏଠାରେ ଆପଣଙ୍କୁ ଲକ୍ ସ୍କ୍ରିନ୍ ମେସେଜର ବିକଳ୍ପ ମିଳିବ ।

– ଏହି ବିକଳ୍ପ ଉପରେ ଟାପ କରି ଏମରଜେନ୍ସି ନମ୍ବର ଲେଖି, ସେଠାରେ କୌଣସି ବି ପରିବାର କିମ୍ବା ବନ୍ଧପରିଜନ ନମ୍ବର ଦିଅନ୍ତୁ ।

– ଏବେ କୌଣସି ଦରକାରୀ ସମୟରେ ଯଦି ଆପଣଙ୍କୁ ଫୋନ ଲକ୍ ଥିଲେ ମଧ୍ୟ ଆପଣ ଦେଇଥିବା ଏମରଜେନ୍ସି ନମ୍ବରକୁ ଆପଣ କଣ୍ଟାକ୍ଟ କରିପାରିବେ ।