ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ଯୋଗୀ ଆଦିତ୍ୟନାଥ ! ବିଲ ମଝିରେ ଜରୁରୀକାଳୀନ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ବିଲରେ ଦୌଡ଼ିଲେ ସୁରକ୍ଷାକର୍ମୀ ଓ ଅଧିକାରୀ

38

ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ବିଲ ମଝିରେ ଜରୁରୀ ଅବତରଣ କରିବା ସହ ଯୋଗୀ ଆଦିତ୍ୟନାଥଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି । ଘଟଣା ଅନୁଯାୟୀ, ଝଡ଼ତୋଫାନରେ ପ୍ରଭାବିତ ହୋଇଥିବା ପରିବାରକୁ ସହାୟତା ପାଇଁ ଯୋଗୀ ଆଦିତ୍ୟନାଥ କାସଗଞ୍ଜରେ ପହଞ୍ଚିଥିଲେ । କିନ୍ତୁ ତାଙ୍କ ହେଲିକପ୍ଟର ହେଲିପ୍ୟାଡ଼ରେ ଓହ୍ଲାଇ ପାରିନଥିଲା । ତେଣୁ ହେଲିକପ୍ଟରକୁ ଏକ ବିଲ ମଧ୍ୟରେ ଓହ୍ଳାଇବାକୁ ପଡ଼ିଥିଲା । ହେଲିକପ୍ଟରରେ ଯାନ୍ତ୍ରିକ ତ୍୍ରୁଟି ଯୋଗୁଁ ଏହାକୁ ବିଲ ମଧ୍ୟରେ ଲ୍ୟାଣ୍ଡିଂ କରିବାକୁ ପଡିଲା ବୋଲି ଯାଞ୍ଚରୁ ଜଣାପଡ଼ିଛି ।

ଉତ୍ତରପ୍ରଦେଶରେ ପ୍ରବଳ ଝଡ଼ତୋଫାନରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ କିଛି ଲୋକ ପ୍ରାଣ ହରାଇଛନ୍ତି । କ୍ଷତିଗ୍ରସ୍ତଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀରୁ କାସଗଞ୍ଜକୁ ହେଲିକପ୍ଟର ଯୋଗେ ଯାଇଥିଲେ । କିନ୍ତୁ କାସଗଞ୍ଜରେ କିଛି ସମୟ ପର୍ଯ୍ୟନ୍ତ ଆକାଶରେ ଚକ୍କର କାଟିଥିଲା ହେଲିକପ୍ଟର । ଯାନ୍ତ୍ରିକ ତ୍ର୍ରୁଟି କାରଣରୁ ହେଲିକପ୍ଟରଟି ଓହ୍ଲାଇ ନ ପାରି ଆକାଶରେ କିଛି ସମୟ ପର୍ଯ୍ୟନ୍ତ ଘୂରି ବୁଲିଥିଲା ।

ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ଖବର ଶୁଣିବା ପରେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏକ ଲୟରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀ ଲ୍ୟାଣ୍ଡିଂ କରିଥିବା ବିଲ ମଧ୍ୟକୁ ଦୌଡ଼ିବା ଆରମ୍ଭ କରିଥିଲେ । ସଙ୍ଗେସଙ୍ଗେ ବିଲ ମଝିରୁ ସୁରକ୍ଷାଘେରା କରି ମୁଖ୍ୟମନ୍ତ୍ରୀ ବିଲ ମଝିରୁ ଘଟଣାସ୍ଥଳକୁ ନିଆଯାଇଥିଲା । ଏହାପରେ ଗାଁରେ ପହଞ୍ଚି ଆଦିତ୍ୟନାଥ ପୀଡ଼ିତ ପରିବାରକୁ ଭେଟିବା ସହ ୪ଲକ୍ଷ ଟଙ୍କାର ଚେକ ଦେଇଥିଲେ ।