ଯୋଗୀ ସଜାଡିବେ ଉଜୁଡା ସଂସାର ! ବିଧବାଙ୍କ ବିବାହ ପାଇଁ ଆଣିଲେ ନୂଆ ଯୋଜନା

78

ଯୋଗୀ ବସାଇବେ ବିଧବାଙ୍କ ଘର । ପୁଣି ଥରେ ହସିବ ଉଜୁଡି ଯାଇଥିବା ସୁନାର ସଂସାର । ବିଧବା ମହିଳା ମାନଙ୍କ ବିବାହ କରି ମୁଖ୍ୟଧାରାରେ ସାମିଲ୍ କରିବା ପାଇଁ ୟୁପି ମୁଖ୍ୟମନ୍ତ୍ରାଙ୍କ ନୂଆ ଯୋଜନା । ଯେଉଁ ବ୍ୟକ୍ତି ଏହି ମହିଳାମାନଙ୍କୁ ବିବାହ କରିବେ ତାଙ୍କୁ ୫୧ହଜାର ଲେଖାଏଁ ଟଙ୍କା ଆର୍ଥିକ ସହାୟତା ମିଳିବ ।

ତେବେ ଏହି ଯୋଜନା ୟୁପିରେ ପ୍ରଥମ ଥର ପାଇଁ ଲାଗୁ ହୋଇନି । ଏହା ପୂର୍ବରୁ ମହିଳା କଲ୍ୟାଣ ବିଭାଗ ପକ୍ଷରୁ ବିଧବା ମହିଳାଙ୍କୁ ବିବାହ କରୁଥିବା ବ୍ୟକ୍ତିଙ୍କୁ ୧୧ ହଜାର ଟଙ୍କା ମିଳୁଥିଲା । ହେଲେ ଏହି ପ୍ରକ୍ରିୟା ଜଟିଳ ଥିଲା ଆଉ ସଂପୃକ୍ତ ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟାଳୟ ଚକ୍କର ଲଗାଇବାକୁ ପଡୁଥିଲା । କିନ୍ତୁ ଏବେ ଯୋଗୀ ସରକାର ଏହି ନିୟମକୁ ଆହୁରୀ ସହଜ କରିଦେଇଛନ୍ତି । ଯାହା ଦ୍ୱାରା ଏହି ଯୋଜନା ଅଧିକ କାର୍ଯ୍ୟକାରୀ ହୋଇପାରିବ ।