ୟୁପିରେ କୃଷି ଋଣ ଛାଡ ପରେ ଜୋର୍ ଧରିଲା ରାଜନୀତି ! ମହାରାଷ୍ଟ୍ରରେ ଋଣଛାଡ କରିବାକୁ ଶିବସେନାର ଦାବି

24

କନକ ବ୍ୟୁରୋ : ଉତରପ୍ରଦେଶରେ ଯୋଗୀ ସରକାରଙ୍କ କୃଷି ଋଣ ଛାଡ ପରେ ମହାରାଷ୍ଟ୍ରରେ ବି ଋଣ ଛାଡ କରିବାକୁ ଦାବି ହୋଇଛି । ମହାରାଷ୍ଟ୍ରରେ ବିଜେପି ସରକାରର ମେଂଟ ସହଯୋଗୀ ଶିବସେନା ଏପରି ଦାବି କରିଛନ୍ତି । ଉତରପ୍ରଦେଶରେ ଋଣ ଛାଡ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଥାକରେ । ତେଣୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ଯୋଗୀଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ଦାବି କରିଛି ଶିବସେନା । ଉତରପ୍ରଦେଶର ୨ କୋଟି ୧୫ ଲକ୍ଷ ଚାଷୀଙ୍କୁ ୩୬ ହଜାର ୩୫୯ କୋଟି ଟଙ୍କାର ଋଣ ଛାଡ କରାଯାଇଛି ।

ଗତକାଲି ଯୋଗୀ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । କ୍ଷମତାକୁ ଆସିଲେ କୃଷି ଋଣ ଛାଡ ପାଇଁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିଛି ବିଜେପି । ତେବେ ପ୍ରକୃତରେ ଋଣ ଚାଡ ହୋଇନାହିଁ, ଏବେ କେବଳ ଏକ କମିଟି ହୋଇଥିବା କହିଛି ବିରୋଧି ସମାଜବାଦୀ ପାର୍ଟି । ଯୋଗୀ ସରକାର ଏଭଳି ଘୋଷଣା କରି ଚାଷୀଙ୍କୁ କେବଳ ବୋକା ବନାଉଥିବା କହିଛନ୍ତି ସ.ପା. ମୁଖପାତ୍ର ଜୁହି ସିଂ ।