ଉତ୍ତରପ୍ରଦେଶ ଯୋଗୀ ସରକାରକୁ ପୂରିଲା ୧୦୦ ଦିନ ! ରିପୋର୍ଟ କାର୍ଡ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

22

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କୁ ପୂରିଛି ୧୦୦ ଦିନ । ଯୋଗୀ ସରକାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ତାଙ୍କ ୧୦୦ ଦିନ କାର୍ଯ୍ୟକାଳର ହିସାବ ଦେଇଛନ୍ତି ଯୋଗୀ । ଲକ୍ଷ୍ନୌ ଲୋକଭବନରେ ସମ୍ବାଦିକ ସମ୍ମିଳନୀ କରି ଏହି ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଯୋଗୀ ଆଦିତ୍ୟନାଥ । ୟୁପିବାସୀଙ୍କୁ ଧନ୍ୟବାଦ ଜଣାଇ ସମ୍ବାଦିକ ସମ୍ମିଳନୀ ଆରମ୍ଭ କରିଥିଲେ ବିଜେପିର ଏହି ଚର୍ଚ୍ଚିତ ନେତା ।

ଯୋଗୀ କହିଛନ୍ତି, ବର୍ତ୍ତମାନର ସରକାର ଖୁବ୍ କମ ସମୟ ମଧ୍ୟରେ ଅନେକ କାର୍ଯ୍ୟଭାର ସମ୍ଭାଳିଛନ୍ତି । ରାଜ୍ୟସରକାର ମଧ୍ୟ କେନ୍ଦ୍ରସରକାରଙ୍କ ରାସ୍ତାରେ ଚାଲୁଥିବା କହିଛନ୍ତି ଯୋଗୀ । ତାଙ୍କ ସରକାର ଖାଦ୍ୟ, ପାନୀୟ, ସଡକ, ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଓ ଆଇନକାନୁନ୍ ବ୍ୟବସ୍ଥା ଉପରେ କାମ କରୁଛି । ୨୦୧୭କୁ ତାଙ୍କ ସରକାର ଗରିବ କଲ୍ୟାଣ ଦିବସ ଭାବେ ପାଳନ କରୁଥିବା କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ସେ ଏହା ମଧ୍ୟ କହିଛନ୍ତି ରାଜ୍ୟର ଅର୍ଥବ୍ୟବସ୍ଥା କୃଷକମାନଙ୍କ ଉପରେ ନିର୍ଭର କରୁଛି । ତାଙ୍କ ସରକାର କୃଷକଙ୍କୁ ପ୍ରାଥମିକତା ଦେଉଛି ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ତେବେ ଏହି ବୈଠକରେ ଜିଏସଟି ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଟ୍ରେନିଂ ଦେବେ ଯୋଗୀ । ଜିଏସଟି ସମ୍ପର୍କରେ ଆଲୋଚନା ପରେ ସଂଧ୍ୟା ୫ଟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି ଯୋଗୀ । ତେବେ କ୍ୟାବିନେଟ ବୈଠକରେ, କିଛି ନୀତିକୁ ମଂଜୁରି ପ୍ରଦାନ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ଉତ୍ତରପ୍ରଦେଶ ସରକାର ।