ଯୋଗୀ ଆଦିତ୍ୟନାଥଙ୍କ ବିବାଦୀୟ ବୟାନ : ମୁସଲିମ ଲିଗକୁ କହିଲେ ଭାଇରସ୍ । କଂଗ୍ରେସ ଭାଇରସରେ ସଂକ୍ରମିତ ହୋଇଥିବା ନେଇ କଲେ ଟ୍ୱିଟ୍

175

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବାଦୀୟ ବୟାନ । ମୁସଲିମ ଲିଗକୁ ଭାଇରସ ବୋଲି କହିଛନ୍ତି ଆଦିତ୍ୟନାଥ । ଟ୍ୱିଟ୍ କରି ସେ ଲେଖିଛନ୍ତି, ଏହା ଏମିତି ଏକ ଭାଇରସ, ଏଥିରେ ସଂକ୍ରିମିତ ବ୍ୟକ୍ତି ବଂଚିବା ମୁସ୍କିଲ । କିନ୍ତୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ଭାଇରାସରେ ସଂକ୍ରମିତ ହୋଇସାରିଛି । ଯଦି ଆଗାମୀ ନିର୍ବାଚନରେ କଂଗ୍ରେସ ଜିତି ଯାଏ, ତେବେ ଦେଶରେ କ’ଣ ପରିସ୍ଥିତି ହେବ ବୋଲି ପ୍ରଶ୍ନ କରିଛନ୍ତି । ଏପରି ହେଲେ ଏହି ଭାଇରସ ସାରା ଦେଶରେ ବ୍ୟାପିଯିବ ।

୧୮୫୭ ସ୍ୱାଧୀନତା ସଂଗ୍ରାମରେ ମଙ୍ଗଳପାଣ୍ଡେଙ୍କ ସହ ସାରା ଦେଶ ଇଂରେଜ ବିରୋଧରେ ଲଢେଇ କରିଥିଲା । ସ୍ୱାଧୀନତା ପରେ ମୁସଲିମ ଲିଗ ଭାଇରସ ଆସିଲା ଓ ଏଭଳି ବ୍ୟାପିଲା ଯେ ଦେଶକୁ ଦୁଇ ଭାଗ କରିଦେଲା । କଂଗ୍ରେସ ମୁସିଲମ ଲିଗ ଭାଇରସରେ ସଂକ୍ରମିତ ହୋଇଛି, ତେଣୁ କଂଗ୍ରେସ ଠାରୁ ସାବଧାନ ରୁହ ବୋଲି ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି ସତର୍କ କରାଇ ଦେଇଛନ୍ତି ।