ଯୋଗୀ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଶେଷ ! ୫ ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

24

କନକ ବ୍ୟୁରୋ : ଶେଷ ହୋଇଛି ଯୋଗୀ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ୍ ବୈଠକ । ୫ ଟି ଗୁରୁତ୍ୱପୂର୍ଣ ପ୍ରସ୍ତାବ ଉପରେ ବୈଠକରେ ମୋହର ଲାଗିଛି । ଉତ୍ତରପ୍ରଦେଶରେ ୨୪ ଘଂଟା ବିଜୁଳି ସେବା ପ୍ରସ୍ତାବକୁ କ୍ୟାବିନେଟ୍ ବୈଠକରେ ସବୁଜ ସଂକେତ ମିଳିଛି । ଆସନ୍ତା ୧୪ ତାରିଖରେ କେନ୍ଦ୍ର ଓ ୟୁପି ସରକାର ମଧ୍ୟରେ ‘ପାୱାର ଫର୍ ଅଲ୍’ ଏମଓୟୁ ପ୍ରସଙ୍ଗରେ ବୁଝାମଣା ହେବ ।

ନୋଏଡା, ଗ୍ରେଟର ନୋଏଡା, ଲକ୍ଷ୍ନୌ, କାନପୁର ଓ ଗାଜିଆବାଦରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ସବୁ କାମର ତଦନ୍ତ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ଏହା ସହ ଜୁନ୍ ୧୫ ଭିତରେ ସମସ୍ତ ରାସ୍ତାଘାଟକୁ ଖାଲଖମା ମୁକ୍ତ କରାଯିବ । ଚାଷୀଙ୍କ ଠାରୁ କ୍ୱିଂଟାଲ ପିଛା ୪୮୭ ଟଙ୍କାରେ ଜରୁରିକାଳୀନ ଭିତରେ ଆଳୁ କିଣାଯିବ । ବେଆଇନ ଖଣି ଖୋଳା ରୋକିବାକୁ ଟାସ୍କଫୋର୍ସ ଗଠନ ପାଇଁ ମଧ୍ୟ ଆଜି ଯୋଗୀ ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଛି ।