ଯୋଗୀଙ୍କ ଅନ୍ନପୁର୍ଣ୍ଣା ଭୋଜନାଳୟ ! ୩ ଟଙ୍କାରେ ଇଡଲି, ୫ ଟଙ୍କାରେ ଥାଳି

55

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁମୋଦନ ପରେ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଅନ୍ନପୁର୍ଣ୍ଣା ଭୋଜନାଳୟ । ଯାହାଫଳରେ ଗରୀବଙ୍କୁ ଶସ୍ତାରେ ଖାଇବା ଉପଲବ୍ଧ ହୋଇପାରିବ । ସୂଚନା ଅନୁସାରେ ଯୋଗୀ ଏହି ଯୋଜନାକୁ ସବୁଜ ସଂକେତ ଦେଇସାରିଛନ୍ତି ।

ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ଯୋଗୀ କହିଥିଲେ, ଏଣିକି ରାଜ୍ୟରେ ଆଉ କେହି ଭୋକରେ କିମ୍ବା ଖାଲି ପେଟରେ ଶୋଇବେ ନାହିଁ । ପେଟପୁରା ଖାଇବା ଉପଲବ୍ଧ କରିବା ଉପରେ ଜୋର ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।

ଏହି ଭୋଜନାଳୟରେ ଜଳଖିଆ ଏବଂ ମଧ୍ୟାହ୍ନ ଓ ରାତିରେ ଖାଇବା ଉପଲବ୍ଧ ରହିବ । ମାତ୍ର ୩ ଟଙ୍କାରେ ଜଳଖିଆ ଓ ୫ ଟଙ୍କାରେ ଭୋଜନ ମିଳିବ । ସବୁ ନଗର ନିଗମରେ ଅନ୍ନପୁର୍ଣ୍ଣା ଭୋଜନାଳୟ ଖୋଲିବ ବୋଲି ହୋଇଛି ନିଷ୍ପତ୍ତି । ଚାଷୀଙ୍କୁ ଋଣ ଛାଡ ପରେ ଗରୀବଙ୍କ କ୍ଷେତ୍ରରେ ଏହା ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ବଡ ନିଷ୍ପତ୍ତି ।