ଆଜି ପ୍ରତିଶ୍ରୁତି ପୂରଣ କରିବେ ୟୁପି ମୁଖ୍ୟମନ୍ତ୍ରୀ ! ସହିଦ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ଦେବେ ଚାକିରି

162

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସହିଦ ପରିବାରକୁ ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ କରିବେ । ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାରଙ୍କୁ ଆଜି ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ଯୋଗୀ । ପାଖାପାଖି ୧୨ ଜଣ ସହିଦ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କରିବେ ଯୋଗୀ । ଏହାବ୍ୟତୀତ ୟୁପିର ୬୧ ଜଣ ପୋଲିସ ଅଫିସରଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରିବେ, ଯେଉଁମାନେ ଡ୍ୟୁଟିରେ ଥିବା ସମୟରେ ପ୍ରାଣ ହରାଇଥିଲେ ।

ସୂଚନାଯୋଗ୍ୟ ଜମ୍ମୁକଶ୍ମୀରର ପୁଲୱାମାରେ ୧୪ ଫେବୃୟାରୀରେ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଉ ସେଥିମଧ୍ୟରୁ ୟୁପିର ୧୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ସେହି ସମୟରେ ୧୨ ଜଣ ଯବାନଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଥିଲେ ଯୋଗୀ ସରକାର । ସମସ୍ତ ସହିଦ ପରିବାରଙ୍କୁ ୨୫ -୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କିରବା ପାଇଁ ଘୋଷଣା କରିଥିଲେ । ଟଙ୍କା ସହ ପରିବାରର ଜଣଙ୍କୁ ଚାକିରି ମଧ୍ୟ ଦିଆଯିବ ବୋଲି ଘୋଷଣା କରିଥିଲେ । ତେବେ ଆଜି ସହିଦ ପରିବାରଙ୍କୁ ଚାକିରି ଦେଇ ପ୍ରତିଶ୍ରୁତି ପାଳନ କରିବା ପାଇଁ ଯାଉଛନ୍ତି ସରକାର ।