ଯୋଗୀ ଶାସନକୁ ଦୁଇ ବର୍ଷ ପୁରିଲା ! ବିଜେପି ସତ୍ତାକୁ ଆସିବା ପରେ ଗୋଟିଏ ବି ଦଙ୍ଗା ହୋଇନି ବୋଲି କହିଲେ ୟୁପି ମୁଖ୍ୟମନ୍ତ୍ରୀ

143

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଶାସନକୁ ଦୁଇ ବର୍ଷ ପୁରିଲା । ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୩ କୋଟି ଜନସାଧାରଣଙ୍କୁ ଧନ୍ୟବାଦ ଦେଇ ଯୋଗୀ କହିଛନ୍ତି ବିଜେପି ଆସିବା ପରେ ରାଜ୍ୟରେ ଗୋଟିଏ ଦଙ୍ଗା ହୋଇନାହିଁ । ବିଗତ ଦୁଇ ବର୍ଷରେ ଆଇନ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିଛି । ଯଦ୍ୱାରା ରାଜ୍ୟରେ ବିକାଶର ମାହୋଲ ସୃଷ୍ଟି ହୋଇଛି । ୧୯୯୦ ପରେ ସପାକୁ ୪ ଥର ଓ ବସପାକୁ ୩ ଥର ସୁଯୋଗ ମିଳିଥିଲା । ୭ ଥର ସବା-ବସପା ଶାସନ କାଳରେ ରାଜ୍ୟରେ ବ୍ୟାପକ ଅରାଜକତା ସୃଷ୍ଟି ହୋଥିଲ । ଏହାବ୍ୟତୀତ ଯୋଗୀ କହିଛନ୍ତି କଂଗ୍ରେସ ୟୁପିକୁ ରୋଗୀଣା ରାଜ୍ୟ କରିଦେଇଥିଲା ।

ସମାଜବାଦୀ ପାର୍ଟୀର ଶାସନ କାଳରେ ରାଜ୍ୟରେ ଦଙ୍ଗା ହେଉଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ କାନୁନ ବ୍ୟବସ୍ଥା ବଦଳିଛି । ୨ ବର୍ଷ ମଧ୍ୟରେ ୩୩୦୦ ଟି ଏନକାଉଣ୍ଟର୍ ହୋଇଛି । ପୋଲିସ୍ ଗୁଳିରେ ୭୪ ଜଣ କୁଖ୍ୟାତ ଅପରାଧି ପ୍ରାଣ ହରାଇଛନ୍ତି । ୧୨ ହଜାରରୁ ଉର୍ଦ୍ଧ୍ୱ ଅପରାଧିଙ୍କୁ ଏନକାଉଣ୍ଟର କରାଯାଇଛି । ସେହିପରି ଗୋଟିଏ ବି ଏସିଡ଼୍ ଆକ୍ରମଣ ମାମଲା ସାମ୍ନାକୁ ଆସି ନାହିଁ । ସେହିପରି ପୂର୍ବରୁ ଉତ୍ତରପ୍ରଦେଶ ରୋଗିଣା ରାଜ୍ୟ ଭାବରେ ଥିଲା । କିନ୍ତୁ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ଚିତ୍ର ବଦଳିଛି ।

୮୬ ଲକ୍ଷ କୃଷକଙ୍କ ଋଣ ଛାଡ଼ କରାଯାଇଛି । ଇନଭେଷ୍ଟର୍ସ ମିଟିଙ୍ଗ ଦ୍ୱାରା ୪ ଲକ୍ଷ ୨୮ ହଜାର କୋଟି ଟଙ୍କା ନିବେଶ ପାଇଁ ପ୍ରସ୍ତାବ ପାରିତ ହୋଇଛି । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ଼ ଗୁଣା ବୃଦ୍ଧି କରାଯାଇଛି । ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୬୦ ଟଙ୍କାରୁ ୧୮୪୦ ଟଙ୍କାକୁ ବୃଦ୍ଧି କରାଯାଇଛି ।