ଉତ୍ତରପ୍ରଦେଶରେ ମଧ୍ୟ କାଶ୍ମୀର ପରିସ୍ଥିତି ! ରାଜନୈତିକ ଦଳକୁ ଦାୟୀ କଲେ ଯୋଗୀ ଆଦିତ୍ୟନାଥ

28

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏବେ କାଶ୍ମୀର ପରିସ୍ଥିତି ଉପୁଜିଛି । ୧୯୯୦ରେ କାଶ୍ମୀର ଉପୁଜିଥିବା ଉତ୍ତେଜନା ଯୋଗୁଁ ଶତାଧିକ କାଶ୍ମୀରପଣ୍ଡିତ ପଳାୟନ କରିଥିଲେ । ଏବେ ସମାନ ପରିସ୍ଥିତି ଉପୁଜୁଥିବା ଯୋଗୁଁ ଉତ୍ତରପ୍ରଦେଶରୁ ମଧ୍ୟ ପଳାୟନ ଘଟଣା ସାମାନକୁ ଆସୁଥିବା କହିଛନ୍ତି ଯୋଗୀ ଆଦିତ୍ୟନାଥ ।

ଏସମସ୍ତ ଘଟଣା ପାଇଁ ସେ ସିଧାସଳଖ ସମାଜବାଦି ଓ ବହୁଜନସମାଜବାଦି ପାର୍ଟିକୁ ଦାୟୀ କରିଛନ୍ତି । ସମୟ ଭିତରେ ଏହି ସମସ୍ୟାର ସମାଧାନ ନକରାଗଲେ ଉତ୍ତରପ୍ରଦେଶ ଅବସ୍ଥା ଅଣାୟତ୍ତ ହେବ ବୋଲି ସେ କହିଛନ୍ତି ।