ତିନି ତଲାକ ପ୍ରସଙ୍ଗରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ପଦକ୍ଷେପ ! ରାଜ୍ୟର ସମସ୍ତ ବିବାହିତଙ୍କୁ ବିବାହ ପଂଜିକରଣ କରିବା ବାଧ୍ୟତାମୂଳକ

21

କନକ ବ୍ୟୁରୋ : ତିନି ତଲାକ ପ୍ରସଙ୍ଗରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଟ୍ରିପଲ ତଲାକରେ ମୁସଲିମ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଯୋଗୀ ସରକାର ବିବାହ ପଂଜିକରଣ ଅଧିନିୟମରେ ସଂଶୋଧନ କରିଛନ୍ତି । ଏବେ ରାଜ୍ୟର ସମସ୍ତ ବିବାହିତଙ୍କୁ ବିବାହ ପଂଜିକରଣ କରିବା ବାଧ୍ୟତାମୂଳକ । ଆଉ ଏଥିରେ ଆଧାର ନମ୍ବର କିମ୍ବା ପ୍ୟାନ ନମ୍ବର ଦେବା ବାଧ୍ୟତାମୂଳକ ଅଟେ ।

ଯେଉଁମାନେ ବିବାହ ପଂଜିକରଣ ନକରନ୍ତି ସେମାନଙ୍କୁ କୌଣସି ସରକାରୀ ଯୋଜନାରେ ଭାଗୀଦାର କରାଯିବ ନାହିଁ । ଅର୍ଥାତ ସରକାରୀ ବାସଗୃହ, ଚାକିରି ଓ ପେନସନ ଭଳି ସରକାରୀ ଯୋଜନାରୁ ଏମାନଙ୍କୁ ବାଦ୍ ଦିଆଯିବ । ଖାଲି ଏତିକି ନୁହେଁ ଆର୍ଥିକ ଜରିମାନା ମଧ୍ୟ ଦେବାକୁ ପଡିବ ।

ରାଜ୍ୟରେ ବିବାହ ପଂଜିକରଣକୁ ବାଧ୍ୟତାମୂଳକ କରିବା ସହ ମହିଳା କଲ୍ୟାଣ ବିଭାଗକୁ ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର । ତେବେ ବିଭାଗ ଡ୍ରାପ୍ଟ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି । ରାଜ୍ୟରେ ଆସନ୍ତା ଜୁଲାଇରୁ ବିବାହ ପଂଜିକରଣ ବାଧ୍ୟତାମୂଳକ ହେବ ।