ମୋଦିଙ୍କ ରାସ୍ତାରେ ଯୋଗୀ : ଠିକ ସମୟରେ ଅଫିସ୍ ପହଞ୍ଚିବା ପାଇଁ କର୍ମଚାରୀଙ୍କୁ ଚେତାବନୀ

167

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନ ପ୍ଲାନ୍ । ରାଜ୍ୟରେ ବିଶୃଙ୍ଖଳ ଆଇନ୍ ବ୍ୟବସ୍ଥା ତଥା ସମସସ୍ତ ଅଧିକାରୀଙ୍କ ପାଇଁ କଡ଼ା ନିୟମ ଆଣିଛନ୍ତି ଯୋଗୀ । ରାଜ୍ୟରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅଧିକାରୀଙ୍କୁ ସକାଳ ୯ଟା ଭିତରେ କାର୍ଯ୍ୟାଳୟ ପହଞ୍ଚିବା ପାଇଁ ତାଗିଦ କରିଛନ୍ତି । ନିୟକ ନମାନିଲେ ତଥା ଅଫିସ ଆସିବାରେ ବିଳମ୍ବ ହେଲେ ଅଧିକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କରିଛନ୍ତି ।

କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟଦାଥ ସକାଳ ୯ଟାରୁ ୧୧ ଟା ମଧ୍ୟରେ ସରକାରୀ କର୍ମଚାରୀମାନେ ଜନତା ଦରବାର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ସତ୍ୱେ ଅଧିକାରୀମାନେ ନିୟମକୁ ଅବମାନନା କରିଥିଲେ । ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଏନେଇ ଅଭିଯୋଗ ଆସଥିଲା । ଅଭିଯୋଗ ପରେ ନିୟମ କଡ଼ାକଡ଼ି କରିଛନ୍ତି ୟୁପି ମୁଖ୍ୟମନ୍ତୀ । ରାଜ୍ୟରେ ବିଶୃଙ୍କଳିତ ଆଇନ୍ ବବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯୋଗୀ ।

ବର୍ତ୍ତମାନ ଯୋଗୀ ଆଦିତ୍ୟନାଥ ଲଗାତାର ଆକ୍ସନ ମୋନରେ ଅଛନ୍ତି । ରାଜ୍ୟରେ ସମସ୍ତ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଗୋଟିଏ ପରେ ଗୋଟିଏ କଡ଼ା ନିୟମ ଆଣୁଛନ୍ତି । ଭ୍ରଷ୍ଟାଚାରୀ ଓ ବିଶୃଙ୍ଖଳିତ କର୍ମଚାରୀଙ୍କୁ କିଛି ଦିନ ପୂର୍ବରୁ ଚାକିରିରୁୁ ବିଦା କରିଦେଇଥିଲେ । ନିକଟରେ ମୋଦି ନିଜ ନୂଆ ମନ୍ତ୍ରିମଣ୍ଡଳଙ୍କୁ ଠିକ ସମୟରେ ଅଫିସ ପହଞ୍ଚିାବ ପାଇଁ ସମସ୍ତି କଡ଼ା ନିର୍ଦ୍ଦେଶ ଦେଇଥିଲେ ।