ଲକ୍ଷ୍ନୌ ପରେ ମୀରଠରେ ଯୋଗୀ ଆଦିତ୍ୟନାଥ ! ସ୍ଥାନୀୟ ଲୋକଙ୍କ ଘୋର ବିରୋଧ

24

କନକ ବ୍ୟୁରୋ: ଲକ୍ଷ୍ନୌ ପରେ ମୀରଠରେ ପହଂଚିଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ଗସ୍ତ ପରେ ଶେରଗଡ ଗାଁରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକ ମଦଦୋକାନ ଭଙ୍ଗାରୁଜା କରିବା ସହ ଯୋଗୀ ଆଦିତ୍ୟନାଥଙ୍କ ପୋଷ୍ଟର ଚିରି ଦେଇଛନ୍ତି ।

ଲୋକଙ୍କ ଅଭିଯୋଗ ଗାଁକୁ ଯେକୌଣସି ଅଧିକାରୀ ଆସନ୍ତି, ସେଠାରେ ଥିବା ବାବା ସାହେବ ଆମ୍ବେଦକରଙ୍କ ମୂର୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥାନ୍ତି, କିନ୍ତୁ ଯୋଗୀ ଆଦିତ୍ୟନାଥ ଆସିବା ପରେ ସେଠାରେ ଆମ୍ବେଦକରଙ୍କ ମୂର୍ତିରେ ମାଲ୍ୟାର୍ପଣ କରିନଥିଲେ ।

ଏଥିସହ ନିକଟରେ ମଦ ଦୋକାନ ଗଢିଉଠୁଥିବା ବେଳେ ଲୋକେ ଏନେଇ ଯୋଗୀଙ୍କୁ ଅବଗତ କରିଥିଲେ, ହେଲେ ଯୋଗୀ ଶୁଣିନଥିବା ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏଭଳି ବିରୋଧ ପ୍ରଦର୍ଶନ କରାଯାଇଥିଲା ।