ୟୁପି-ଉତ୍ତରାଖଣ୍ଡରେ ବିଷାକ୍ତ ମଦର ଆତଙ୍କ : ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

76

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ଉପରେ ଗମ୍ଭୀର ନଜର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଏହି ମାମଲାରେ ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଓ ଯାହାଙ୍କ ଚିକିତ୍ସା ଚାଲିଛି, ସେମାନଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦେବାର ଘୋଷଣା କରିଛନ୍ତିି । ଏହା ସହିତ ସିଏମ୍ ଏହା ବି କହିଛନ୍ତି କି ଏମିତି ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି, ଯେଉଁଥିରେ ଅନେକ ସମାଜବାଦୀ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିିଇ ମରିଥିବା ଲୋକଙ୍କ ସଂଖ୍ୟା ୯୦ ଟପିଲାଣି । ୟୁପିର ସହାରନପୁରରେ ୩୮, ମେରଠରେ ୧୮, କୁରିନଗରରେ ୮ ଜଣ ଲୋକଙ୍କ ମୃତ୍ୟୁ ଏହି କାରଣରୁ ହୋଇଛି । ସେଇଠି ଉତ୍ତରାଖଣ୍ଡର ହରିଦ୍ୱାରରେ ଓ ରୁରକିରେ ବିଷାକ୍ତ ମଦ ଏପର୍ଯ୍ୟନ୍ତ ୨୫ ଜଣଙ୍କ ଠାରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଛି ।

ବିଷାକ୍ତ ମଦ ଯୋଗୁଁ ଏତେ ବଡ ସଂଖ୍ୟାରେ ହୋଇଥିବା ମୃତ୍ୟୁ ପରେ ଉଭୟ ରାଜ୍ୟରେ ଆତଙ୍କ ଖେଳିଯାଇଛି । ବେଆଇନ ମଦ ବିରୋଧରେ ପୁଲିସର ତଦନ୍ତ ଚାଲିଛି । ଅବକାରୀ ବିଭାଗ ଅନୁସାରେ, ୨୯୭ ମାମଲା ରୁଜୁ କରି ୧୭୫ଜଣଙ୍କୁ ଗିରଫ କରାଯାଇଛି । ଏହି ବଡ ଅବହେଳା ପାଇଁ ଏଏସପି ଦିନେଶ କୁମାର ଥାନା ପ୍ରଭାରୀ ସହିତ ୧୦ ପୁଲିସକର୍ମୀ ଓ ଅବକାରୀ ବିଭାଗର ୩ ଇନ୍ସପେକ୍ଟର ଏବଂ ୨ କନେଷ୍ଟବଳଙ୍କୁ ନିଲମ୍ବନ କରିଦିଆଯାଇଛି । କୁଶିନଗରର ତରୟାସୁଜାନ ଥାନା କ୍ଷେତ୍ରରେ ଗୁରୁବାର ଦିନ ବିଷାକ୍ତ ମଦ ପିଇଥିବା ଆହୁରି ୫ଜଣଙ୍କ ମୃତ୍ୟୁ ହୋଇଯାଇଛି । ପ୍ରଶାସନ ଏହି ମାମଲାରେ ଥାନା ଅଧିକାରୀ ଓ ଅବକାରୀ ନିରୀକ୍ଷକ ସମେତ ୯ଜଣଙ୍କୁ ନିଲମ୍ବନ କରିଦେଇଛନ୍ତି ।