ଯୋଗୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଶପଥ ଗ୍ରହଣ କଲେ ୨୩ ନୂଆ ମନ୍ତ୍ରୀ

122

କନକ ବ୍ୟୁରୋ : ଯୋଗୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଆଜି ଉତ୍ତରପ୍ରଦେଶ ରଯୋଗୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରାଜ୍ୟପାଳ ଆନନ୍ଦି ବେନ ୨୩ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୬ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ୨୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ, ୬ ଜଣଙ୍କୁ ରାଜ୍ୟ ମନ୍ତ୍ରୀ(ସ୍ୱତନ୍ତ୍ର ଦାୟିତ୍ୱ), ୧୧ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି ।

କ୍ୟାବିନେଟ୍ ସଂପ୍ରସାରଣରେ ଜାତିଗତ ସମୀକରଣକୁ ଅଧିକ ଧ୍ୟାନ ଦିଆଯାଇଛି । ୨୩ ମନ୍ତ୍ରୀଙ୍କ ମଧ୍ୟରେ ୬ ଜଣ ବ୍ରାହ୍ମଣ, ୨ ଜଣ କ୍ଷତ୍ରୀୟ, ୨ ଜଣ ଜାଟଳ, ଜଣେ ଗୁଜ୍ଜର, ୩ ଜଣ ଦଳିତ, ୨ ଜଣ କୂର୍ମୀ, ଜଣେ ରାଜଭର, ଜଣେ ଗଡ଼ରିଆ, ୩ ଜଣ ବୈଶ୍ୟ, ଜଣେ ଶାକ୍ୟ ଓ ଜଣେ ମହ୍ଲା ସମ୍ପ୍ରଦାୟର ଲୋକ ସାମିଲ ଅଛନ୍ତି ।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ପୂର୍ବରୁ ୫ ଜଣ ମନ୍ତ୍ରୀ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଥିଲେ । ମନ୍ତ୍ରୀ ପଦରୁ ସ୍ୱତନ୍ତ୍ର ଦେବ ସିଂହ, ରାଜେଶ ଅଗ୍ରୱାଲ, ଧର୍ମପାଳ ସିଂହ, ଅନୁପମା ଜୟସ୍ୱାଲ ଓ ଅର୍ଚ୍ଚନା ପାଣ୍ଡେ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଇସ୍ତଫା ପତ୍ରଗୁଡ଼ିକୁ ଗ୍ରହଣ କରିଥିଲେ । ଚର୍ଚ୍ଚା ହେଉଛି ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଯୋଗୀ ସରକାର ଏବେଠୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନୂଆ ମନ୍ତ୍ରୀମାନଙ୍କୁ ଚୟନ କରାଯାଇଛି ।