ରାମ ମନ୍ଦିର ନିର୍ମାଣ ନେଇ ଯୋଗୀଙ୍କ ବିବାଦୀୟ ବୟାନ ! କହିଲେ ମନ୍ଦିର ନିର୍ମାଣ କେବଳ ଆମେ ହିଁ କରିବୁ, ଅନ୍ୟ କେହି ନୁହେଁ ।

160

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିନ୍ଦୁ ସଂସ୍କୃତିକୁ ଭାରତର ଏକମାତ୍ର ସଂସ୍କୃତି ଭାବେ ପରିଚୟ ଦେବା ସହ ରବିବାର କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କେବଳ ଆମେ ହିଁ କରିବୁ, ଅନ୍ୟ କେହି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିପାରିବେ ନାହିଁ । ଉତ୍ତରପ୍ରଦେଶରେ ଆୟୋଜିତ ହୋଇଥିବା ‘ଯୁବ କୁମ୍ଭ’ରେ ଯୋଗ ଦେବା ସହ ଯୋଗୀ କହିଛନ୍ତି, ଭାରତ ଏକ ରାଷ୍ଟ୍ର ଅଟେ । ଏବଂ ଭାରତ ଗୋଟିଏ ସଂସ୍କୃତି । ଭାରତର ଗୋଟିଏ ଚିନ୍ତାଧାରା । ଏଠାରେ ଭାଷା, ଜାତି, ଖାଦ୍ୟ ପାନୀୟ, ରଙ୍ଗରୂପ ଅଲଗା ଅଲଗା ହୋଇପାରେ କିନ୍ତୁ ଭାରତର ସଂସ୍କୃତି ଏକ ଅଟେ । ଯାହାକି ହିନ୍ଦୁ ସଂସ୍କୃତି ଭାବେ ଜଣାଯାଏ । ଯୋଗୀ କହିଛନ୍ତି ଆମ ସଂସ୍କୃତିକୁ ନେଇ ଆମେ ସର୍ବଦା ଗର୍ବ କରିବା ଉଚିତ୍ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃଢତାର ସହ କହିଛନ୍ତି, ଏଠାରେ କିଛି ଲୋକ ରାମ ଜନ୍ମଭୂମି ବାବଦରେ କହୁଛନ୍ତି । ତେବେ ରାମମନ୍ଦିର ନିର୍ମାଣ ଯେବେ ବି ହବ, କେବଳ ଆମେ ହିଁ କରିବୁ ଅନ୍ୟ କେହି ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ କରିପାରିବେ ନାହିଁ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ସରକାରର ବିଭିନ୍ନ ଯୋଜନା ଏବଂ ଉପଲବ୍ଧି କଥା ମଧ୍ୟ ଜନସାଧାରଣଙ୍କ ଆଗରେ ରଖିଥିଲେ । ଏବଂ କହିଥିଲେ ଆଗାମୀ ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ଯୁବବର୍ଗଙ୍କୁ ଚାକିରି ଦିଆଯିବ ।