ଯୋଗେଶ୍ୱରଙ୍କ ପରାଜୟ ସହ ସରିଲା ଭାରତର ରିଓ ଅଭିଯାନ

33

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସରେ ନିରାଶ କଲେ ରେସଲର୍ ଯୋଗେଶ୍ୱର ଦତ । ମଙ୍ଗୋଲିଆର ପ୍ରତିଯୋଗୀଙ୍କ ଠାରୁ ୦-୩ରେ ହାରିଲେ ଯୋଗେଶ୍ୱର । ତେବେ ଯୋଗେଶ୍ୱରଙ୍କ ପରାଜୟ ସହ ଶେଷ ହୋଇଛି ଭାରତର ରିଓ ଅଭିଯାନ । ଅଲିମ୍ପିକ୍ସରେ ଭାରତୀୟଙ୍କ ପଦକ ପାଇଁ ଆଜି ଥିଲା ଶେଷ ସୁଯୋଗ । ୬୫ କିଲୋ ଫ୍ରି ଷ୍ଟାଇଲ ପୁରୁଷ କୁସ୍ତିରେ ଆଜି ରିଙ୍ଗକୁ ଓହ୍ଲାଇଥିଲେ ଯୋଗେଶ୍ୱର ଦତ । ପୂର୍ବରୁ ଅଲିମ୍ପିକ୍ସରେ ମେଡାଲ ଯିତିଥିବାରୁ ତାଙ୍କ ଉପରେ ଆଶା ରଖିଥିଲେ ଦେଶବାସୀ।

ରିଓ ଅଲିମ୍ପିକ୍ସରେ ବର୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ଗୋଟିଏ ସିଲଭର୍ ଓ ଗୋଟିଏ ବ୍ରୋଂଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । କୁସ୍ତିରୁ ନରସିଂହ ଯାଦବ ବିଦା ହେବା ପରେ ଏବେ ଯୋଗେଶ୍ୱର ଦତଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ଆଜି କୁସ୍ତିରେ ହେବାକୁ ଥିବା ଇଭେଂଟରେ ଯୋଗେଶ୍ୱର ଦତ ନିଶ୍ଚିତ ପଦକ ଜିତିବେ ବୋଲି ଆଶା କରାଯାଇଥିଲା ।