ବ୍ୟକ୍ତିଗତ ଜୀବନରେ ଆଦର୍ଶ ପାଲଟିଛନ୍ତି ଅଲିମ୍ପିଆନ୍ ଯୋଗେଶ୍ୱର ! ଯୌତୁକ ବାବଦକୁ ନେଲେ ମାତ୍ର ୧ ଟଙ୍କା

41

ମାତ୍ର ୧ ଟଙ୍କାର ଯୌତୁକ । ଅଲିମ୍ପିଆନ୍ ଯୋଗେଶ୍ୱର ଦତ ତାଙ୍କ ବିବାହ ପାଇଁ ଯୌତୁକ ବାବଦରେ ମାତ୍ର ଏକ ଟଙ୍କା ନେଇ ଅନ୍ୟମାନଙ୍କ ଲାଗି ଆଦର୍ଶ ପାଲଟିଛନ୍ତି । ସମାଜରେ ଯୌତୁକ ମାରାତ୍ମକ ବ୍ୟାଧି ଭାବେ କାୟା ବିସ୍ତାର କରୁଥିବା ବେଳେ ଯୋଗେଶ୍ୱର ଏପରି ନିଷ୍ପତି ନେଇ ପ୍ରଶଂସାର ପାତ୍ର ହୋଇଛନ୍ତି । ଅଲିମ୍ପିକ ମେଡାଲ ସହ କୁସ୍ତିଯୁଦ୍ଧରେ ଅନେକ ପଦକ ଜିତିବା ପରେ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ପାଲଟିଛନ୍ତି ଉଦାହରଣ ।

ହରିୟାଣାର କଂଗ୍ରେସ ନେତା ଜୟଭଗୱାନ ଶର୍ମାଙ୍କ ଝିଅ ଶିତଲଙ୍କ ସହ ସୋନିପତର ମୁର୍ଥାଲରେ ଅନୁଷ୍ଠିତ ହୋଇଛି ତାଙ୍କର ରିଙ୍ଗ ସେରିମନି । ଜାନୁୟାରୀ ୧୬ ତାରିଖରେ ତାଙ୍କର ବିବାହ । ପରଂପରାକୁ ରକ୍ଷା କରି ଯୌତୁକ ସୂରୂପ ମାତ୍ର ଟଙ୍କାଟିଏ ଗ୍ରହଣ କରିଛନ୍ତି ଯୋଗେଶ୍ୱର ।

ସେ କହିଛନ୍ତି, ଝିଅମାନଙ୍କ ବିବାହରେ ଯୌତୁକ ପାଇଁ ପରିବାରକୁ ସଂଘର୍ଷ କରୁଥିବା ମୋତେ ବ୍ୟଥିତ କରିଥାଏ । ଆଉ ଏହା ହିଁ ତାଙ୍କୁ ଯୌତୁକ ଗ୍ରହଣ ନକରିବାକୁ ପ୍ରେରଣା ଯୋଗାଇଥିବା କହିଛନ୍ତି ଅଲିମ୍ପିଆନ୍ ଯୋଗେଶ୍ୱର । ଯୌତୁକ ବିରୋଧରେ ତାଙ୍କର ଏହି କାର୍ଯ୍ୟକୁ କ୍ରୀଡାଜଗତ ସହ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଏହା ସହ ଦେଖନ୍ତୁ ଏହି ଭିଡିଓ :