କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ ! ଗତକାଲି ଦଳରୁ ହୋଇଥିଲେ ନିଲମ୍ବନ

142

କନକ ବ୍ୟୁରୋ : ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଲେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ । ଦଳ ଛାଡିବା ନେଇ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି ଯୋଗେଶ । ଗତକାଲି ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧରେ ବାରମ୍ବାର ମନ୍ତବ୍ୟ ଦେବା କାରଣରୁ ଯୋଗେଶଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । ଆଉ ଏହି ନିଲମ୍ବନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯୋଗେଶ । ତାଙ୍କୁ ବିନା କାରଣ ଦର୍ଶାଅ ନୋଟିସରେ ନିଲମ୍ବିତ କରାଯାଇଛି । କିନ୍ତୁ ସେ ସେଭଳି କୌଣସି କାମ କରିନାହାନ୍ତି ବୋଲି କହିଛନ୍ତି ଯୋଗେଶ ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବା ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଯାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ୟୁପିଏ ସରକାର ସମୟରେ ମଧ୍ୟ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ନବୀନଙ୍କୁ ପ୍ରଂଶସା କରିଛନ୍ତି  ।ତେଣୁ ଏଥିରେ ନୂଆ କଣ ବୋଲି ପ୍ରଶ୍ନ କରିଛନ୍ତି ଯୋଗେଶ । ଏହାଛଡା ରାହୁଲଙ୍କ ସଭାରରେ ନିଜର କାର୍ଯ୍ୟବ୍ୟସ୍ତତା କାରଣରୁ ସେ ଯୋଗ ଦେଇପାରିବେନି ବୋଲି କହିଥିଲେ । କିନ୍ତୁ ଏହାକୁ ଆଳ କରି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

ଗତକାଲି ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ ହୋଇଥିଲେ ଯୋଗେଶ । ପିସିସି ଶୃଙ୍ଖଳା କମିଟିରେ ଯୋଗେଶଙ୍କୁ ନିଲମ୍ବିତ କରିବାକୁ ନିଷ୍ପତି ନିଆଯାଇଥିଲା । ଏହା ପୂର୍ବରୁ ଉଭୟ ନବ ଓ ଯୋଗେଶ ରାହୁଲଙ୍କ ସଭାରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଥିଲେ । ଏପରିକି ତାଙ୍କ ପାଇଁ ହାଇକମାଣ୍ଡ ବଡ ନୁହଁନ୍ତି । ବରଂ ନିର୍ବାଚନମଣ୍ଡଳୀର ଲୋକ ବଡ ବୋଲି କହିଥିଲେ ।