ରାମ ମନ୍ଦିର ନେଇ ମୁହଁ ଖୋଲିଲେ ବାବା ରାମଦେବ । କହିଲେ , ମନ୍ଦିର ନିର୍ମାଣ ପାଇଁ ରହିଛି ୨ଟି ରାସ୍ତା

182

ରାମ ମନ୍ଦିର ନିର୍ମାଣ ନେଇ ଏବେ ଜୋର ଧରିଛି ରାଜନୀତି । ଶିବସେନା ପ୍ରମୁଖ ଉଦ୍ଧବ ଠାକେରଙ୍କ ଅଯୋଧ୍ୟା ଗସ୍ତ ଓ ଆରଏସଏସର ଧର୍ମସଭା ପରେ ଏବେ ରାମ ମନ୍ଦିର ନିର୍ମାଣ ଦାବି ଜୋର ଧରିଛି । ଆଉ ଏଭଳି ସମୟରେ ଯୋଗଗୁରୁ ରାମଦେବ ରାମ ମନ୍ଦିର ନିର୍ମାଣକୁ ନେଇ ବଡ ବୟାନ ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ୨ଟି ରାସ୍ତା ଅଛି । ପ୍ରଥମଟି ହେଲା, ଲୋକେ ନିଜେ ମନ୍ଦିର ନିର୍ମାଣ କରିପାରିବେ । କିନ୍ତୁ ଏହାଦ୍ୱାରା ସାମାଜିକ ସଂର୍ଘଷ ଦେଖାଦେଇପାରେ । ଅନ୍ୟ ଉପାୟଟି ହେଉଛି ମନ୍ଦିର ନିର୍ମାଣ ପାଇଁ ସଂସଦରେ ଅଧ୍ୟାଦେଶ ଅଣାଯାଉ । ଏହାଦ୍ୱାରା ସାମ୍ପ୍ରଦାୟିକ ସଦଭାବନା ଭଲ ରହିବା ସହ ଭଗବାନ ରାମଙ୍କ ପ୍ରତି ଉଚିତ ସମ୍ମାନ ହେବ ବୋଲି ରାମଦେବ କହିଛନ୍ତି ।

Baba Ramdev୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ମାହୋଲକୁ ଉଷ୍ମ କରୁଛନ୍ତି କିଛି ରାଜନୈତିକ ବ୍ୟକ୍ତି । ରାମଦେବ କହିଛନ୍ତି, ୨୦୧୯ ପୂର୍ବରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ । ଏହାକୁ କୌଣସି ଦଳ ବିରୋଧୀ ମଧ୍ୟ କରିବେ ନାହିଁ ବୋଲି ଯୋଗଗୁରୁ କହିଛନ୍ତି । ସଂସଦରେ ଯଦି ମନ୍ଦିର ନିର୍ମାଣ ନେଇ ଅଧ୍ୟାଦେଶ ଅଣାଯାଏ ତେବେ ସମସ୍ତ ପାର୍ଟି ଏହାକୁ ସମର୍ଥନ କରିବେ । କାରଣ ଏହା କୌଣସି ରାଜନୈତିକ ମୁର୍ଦ୍ଦା ନୁହେଁ ।

ଏହାପୂର୍ବରୁ ମଧ୍ୟ ମନ୍ଦିର ନିର୍ମାଣ ନେଇ ସରକାରଙ୍କ ଉପରେ ଲଗାତାର ଚାପ ପକାଇ ଆସୁଛନ୍ତି ବାବା ରାମଦେବ । ଯଦି ରାମ ମନ୍ଦିର ନିର୍ମାଣ ନ ହେବ ତେବେ ଦେଶରେ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେବ । ଯାହାଦ୍ୱାରା ଦେଶରେ ଅନେନ କ୍ଷତି ହେବ । ଏପରିକି ଯଦି ଏବେ ନୁହେଁ ତ କେବେ ନୁହେଁ ନ୍ୟାୟରେ ଯଦି ରାମ ମନ୍ଦିର ଏବେ ନିର୍ମାଣ ନ ହୁଏ ତେବେ ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି ବାବା ରାମଦେବ ।