କେନ୍ଦ୍ର ସରକାରଙ୍କ ନିକଟରେ ବାବା ରାମଦେବଙ୍କ ଦାବି ! ସାଧୁସନ୍ଥ ଓ ସନ୍ୟାସୀଙ୍କୁ ମିଳୁ ଭାରତ ରତ୍ନ

176

କନକ ବ୍ୟୁରୋ : ସାଧୁସନ୍ଥ ଓ ସନ୍ୟାସୀଙ୍କୁ ମିଳୁ ଭାରତ ରତ୍ନ । ଯୋଗଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଆସନ୍ତା ବର୍ଷ ସାଧୁସନ୍ଥ ଓ ସନ୍ୟାସୀଙ୍କୁ ମଧ୍ୟ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଉ । ସୂଚନାଯୋଗ୍ୟ ଭାରତ ରତ୍ନ ଦେଶର ସର୍ବୋଚ୍ଚ ନାଗରିକତା ପୁରସ୍କାର । ଚଳିତ ବର୍ଷ ୩ ଜଣଙ୍କୁ ଭାରତ ରତ୍ନରେ ସମ୍ମାନରେ ସମ୍ମାନିତ କରାଯାଇଛି । ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଦିବଙ୍ଗଦ ସାମାଜିକ କାର୍ଯ୍ୟକତ୍ତ ନାନାଜି ଦେଶମୁଖ ଓ ଦିବଙ୍ଗତ ଗାୟକ ସଙ୍ଗୀତଜ୍ଞ ଭୁପେନ ହଜାରିକାଙ୍କ ନାମ ସାମିଲ ରହିଛି ।

୭୦ ତମ ସାଧାରଣତନ୍ତ୍ର ଦିବସ ଅବସରରରେ ଗତକାଲି ମିଡ଼ିଆ ସହ କଥାବାବର୍ତ୍ତା ହେବା ସମୟରେ ରାମଦେବ କହିଛନ୍ତି ଦୁର୍ଭାଗ୍ୟର ବିଷୟ ୭୦ ବର୍ଷରେ ଜଣେ ବି ସନ୍ୟାସୀଙ୍କୁ ମିଳିନି ଭାରତ ରତ୍ନ । ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ଶିବକୁମାର ସ୍ୱାମୀ ଆଦି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି । ତଥାପି କାହାକୁ ଦିଆଯାଇନି ଦେଶର ସର୍ବୋଚ୍ଚ ନାଗରିକତା ସମ୍ମାନ ।

ଚଳିତ ବର୍ଷ ଭାରତ ରତ୍ନ ପୁରସ୍କାରକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କର୍ଣ୍ଣାଟକର ପୂର୍ବତନ ଦାବି କରିଥିଲେ କର୍ଣ୍ଣାଟକ ତୁମକୁରୁ ସ୍ଥିତ ସିଦ୍ଧଗଙ୍ଗା ମଠର ପ୍ରମୁଖ ଡ ଶିବକୁମାର ସ୍ୱାମୀଙ୍କୁୁ ଭାରତ ରତ୍ନ ଦିଆଯିଦି ଉଚିତ । ସୂଚନାଯୋଗ୍ୟ ନିକଟରେ ୧୧୧ ବର୍ଷରେ ଶିବକୁମାର ସ୍ୱାମୀଙ୍କର ମୃତ୍ୟୁ ହୋଇଛି ।